ରିଲିଫ କମିଶନରଙ୍କ ଦିନିକିଆ ଗଜପତି ଜିଲ୍ଲା ଗସ୍ତ

359
ADVERTISEMENT

ପାରଳାଖେମୁଣ୍ଡି,୩୦/୭ ଏଜେନସି : ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଓ ଯୁଗ୍ମ ରିଲିଫ କମିଶନର ପ୍ରଭାତ କୁମାର ମହାପାତ୍ର ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ତିତିଲି ମହାବାତ୍ୟା ପରବର୍ତ୍ତୀ ସମୟରେ ସରକାରଙ୍କ ପକ୍ଷରୁ ହାତକୁ ନିଆଯାଇଥିବା ପୃର୍ଣ୍ଣ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ବିଭିନ୍ନ ବିଭାଗ ଦ୍ଵାରା କରାଯାଇଥିବା କାର୍ଯ୍ୟର ଅନୁଧ୍ୟାନ ଓ ବେୟ ବରାତ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି। ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ , ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମେତ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ । ସମୀକ୍ଷା ବୈଠକ ପରେ ତିତିଲି ଦ୍ବାରା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ରାୟଗଡ ବ୍ଳକର କଇଁପୁର ଅଞ୍ଚଳ ଗସ୍ତକରି କ୍ଷତିଗ୍ରସ୍ତ ପରିବାରଙ୍କ ସହ ଆଲୋଚନା କରିଛନ୍ତି। କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କୁ ପାହାଡ ଶିଖରରୁ ସ୍ଥାନାନ୍ତରିତ କରି ସମତଳ ଅଞ୍ଚଳରେ ଥଇଥାନ ପାଇଁ ଚାଲିଥିବା ୩ଟି ଭିନ୍ନ ଭିନ୍ନ କାର୍ଯ୍ୟ ସ୍ଥଳ ପରିଦର୍ଶନ କରିଛନ୍ତି ।ରାଇସିଂ,ସୁଆବା, ଲାଙ୍ଗାସାହି,ମାଡବା, ମାଡା, କଳିଙ୍ଗ, ସିଣ୍ଡିଲିଙ୍ଗି, ବୁରୁଶୁଣ୍ଡା, ତେରବ ଓ କିଛି ପଡାର ୨00ରୁ ଉର୍ଦ୍ଧ ପରିବାରଙ୍କୁ ଥଇଥାନ ସକାସେ ଚାଲିଥିବା ପ୍ରକିୟାରେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସହାୟତା ଓ ଥଇଥାନ ସ୍ଥଳରେ ଘର ନିର୍ମାଣ ପାଇଁ ବିଜୁ ପକାଘର ଯୋଜନାରେ ଦିଆଯାଇଥିଵା ଅର୍ଥ ସାହାଯ୍ୟରେ ଗୃହ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଉକ୍ତ ଅଞ୍ଚଳରେ ଆବଶ୍ୟକ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଗ୍ରାମବାସୀ ଅନୁରୋଧ କରିଥିଲେ , ସେହିଭଳି ରାସ୍ତା ଓ ପାନିୟ ଜଳର ଆବଶ୍ୟକତା ରହିଥିବା କହିଥିଲେ ।

Advertisement