ଶିଳ୍ପୀ ସତ୍ୟଙ୍କ କୀର୍ତ୍ତିମାନ : ୧.୪ ଇଞ୍ଚ୍‌ର କ୍ଷୁଦ୍ର ରଥ ଇଣ୍ଡିଆ ବୁକ୍‌ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଲା

264
ADVERTISEMENT

ବ୍ରହ୍ମପୁର,୩୦/୭ ଏଜେନସି : ଶିଳ୍ପୀ ସତ୍ୟ ମହାରଣା ନନ୍ଦିଘୋଷ ରଥ ନିର୍ମାଣ କରିଛନ୍ତି ପ୍ରଥମେ ସାଢ଼େ ୪ଇଂଚ, ପରେ ଅଢ଼େଇ ଇଂଚ, ଏହାପରେ ଦେଢ଼ ଇଂଚର। ବିଶ୍ବର କ୍ଷୁଦ୍ରତମ ରଥ ଭାବେ ଏହି କଳାକୃତୀ ୱାର୍ଲ୍ଡ ବୁକ୍‌ ଅଫ୍‌ ରେକର୍ଡ଼ରେ ସ୍ଥାନିତ ହୋଇଥିଲା। ଏବେ ଏହା ଇଣ୍ଡିଆ ବୁକ୍‌ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଛି। ଗଂଜାମ ଜିଲ୍ଲା ସୋରଡ଼ାର ମୂଳବାସିନ୍ଦା ସତ୍ୟ ମହାରଣା ଏବେ ବ୍ରହ୍ମପୁରର ବିଜିପୁର ନୀଳକଣ୍ଠନଗରରେ ରହୁଛନ୍ତି । ଚଳିତ ବର୍ଷ ସେ ଶ୍ରୀଜିଉଙ୍କ ଗୁଣ୍ଡିଚା ଯାତ୍ରା ଅବସରରେ ଅଢ଼େଇ ଇଂଚର ନନ୍ଦିଘୋଷ ରଥ ନିର୍ମାଣ କରିଥିଲେ। ଏହାପରେ ବାହୁଡ଼ା ଅବସରରେ ଆଜି ତା’ଠାରୁ ଛୋଟ ନନ୍ଦିଘୋଷ ରଥ ନିର୍ମାଣ କରିଥିଲେ। ଏହାର ଏହାର ଉଚ୍ଚତା ମାତ୍ର ୧.୪ ଇଂଚ ଏବଂ ଓସାର ୧.୩ ଇଂଚ ରହିଛି। ରହିଛି। ଗମ୍ଭାରୀ କାଠ ପଟାରେ ନିର୍ମାଣ କରିଥିବା ଏହି ରଥରେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ଥିବାବେଳେ ୧୬ଟି ଚକା ଖଞ୍ଜା ହୋଇଛି। ଏଥିସହ ସାରଥୀ, ୪ଟି ଘୋଡ଼ା, ୨ଟି ଓଲଟ ଶୁଆ, ପତିତପାବନ ବାନା, ଦଧିନଉତି ମଧ୍ୟ ରହିଛି।

Advertisement