Wednesday, October 7, 2026
ADVERTISEMENT
Home ଆଞ୍ଚଳିକ ରାସ୍ତା କଡରେ ପଡିଛି ବ୍ୟବହୃତ ପିପିଇ କିଟ ଆଉ ଗ୍ଳୋବସ

ରାସ୍ତା କଡରେ ପଡିଛି ବ୍ୟବହୃତ ପିପିଇ କିଟ ଆଉ ଗ୍ଳୋବସ

ଉଲଂଘନ ହେଉଛି କୋଭିଡ ଗାଇଡଲାଇନ

231
ADVERTISEMENT

ପାରଳାଖେମୁଣ୍ଡି,୯/୮,(ପ୍ରଭାତ କୁମାର ପାତ୍ର) : ରାସ୍ତା କଡରେ ପଡିଛି ବ୍ୟବହୃତ ପିପିଇ କିଟ ଆଉ ଗ୍ଳୋବସ। ଉଲଂଘନ ହେଉଛି କୋଭିଡ ଗାଇଡଲାଇନ। ସଂକ୍ରମିତ ଆଶଂକାରେ ଲୋକ ଆତଙ୍କିତ। ଏହା ଦେଖିବାକୁ ମିଳିଛି ପାରଳାଖେମୁଣ୍ଡି ଠାରୁ ପାତପାଟଣା ଯିବା ରାସ୍ତାର ନଦୀ କଡରେ। ଏଠାରେ ରହିଥିବା ଶ୍ମଶାନ ନିକଟରେ ପଡିଛି ଅନେକ ପିପିଇ କିଟ ଆଉ ଗ୍ଳୋବସ ଏବଂ ମାସ୍କ। ଶବ ଦାହ ପାଇଁ ଆସୁଥିବା ଲୋକେ ବ୍ୟବହାର ପରେ ତାକୁ ଗାଇଡ ଲାଇନ ପ୍ରକାରେ ନଷ୍ଟ ନକରି ଫୋପାଡ଼ି ଦେଇ ଚାଲି ଯାଉଥିବା ଚର୍ଚ୍ଚା ହେଉଛି। ଅସୁରକ୍ଷିତ ଭାବେ ଖୋଲା ସ୍ଥାନରେ ପଡ଼ି ରହିଥିବାରୁ ସଙ୍କ୍ରମଣ ବ୍ୟାପିବାର ଅଧିକ ଆଶଙ୍କା ରହିଛି। ତେବେ କେଉଁ ପରିସ୍ଥିତିରେ ଏହିପରି ଖାମଖିଆଲି ଭାବେ ଫୋପଡା ଯାଉଛି, କାହିଁକି ଏହାକୁ ସୁରକ୍ଷିତ ଭାବେ ନଷ୍ଟ କରାଯାଉନାହିଁ, ଏନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ତେବେ ସେଥିପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।

Advertisement