Wednesday, October 7, 2026
ADVERTISEMENT
Home ଆଞ୍ଚଳିକ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

211
ADVERTISEMENT

ପାରଳାଖେମୁଣ୍ଡି,୬/୮( ପ୍ରଭାତ କୁମାର ପାତ୍ର ) : ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ RCT ସଭାଗୃହ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ବୈଠକରେ ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀ ଓ ସାମ୍ବାଦିକ ଉପସ୍ଥିତ ରହି ସ୍ୱାଧୀନତା ଦିବସକୁ କିଭଳି ଭାବରେ ସୁଢଙ୍ଗରେ କୋଭିଡ ନିୟମକୁ ମାନି ନିର୍ଦ୍ଦିଷ୍ଟ ସଂଖ୍ୟକ ଲୋକଙ୍କ ମଧ୍ୟରେ କିଭଳି ପାଳନ କରାଯାଇ ପାରିବ ସେନେଇ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । କୋଭିଡ ଯୋଦ୍ଧା ମାନଙ୍କୁ ସମ୍ମାନିତ କରିବା ପାଇଁ ନିଷ୍ପତ୍ତି ଯାଇଥିବା ବେଳେ ଚିହ୍ନଟ କରି ତାଲିକା ପ୍ରସ୍ତୃତ କରିବି ଏକ କମିଟି ଗଠନ କରାଯାଇଛି ,ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଵିଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ ନିଷ୍ପତ୍ତି ପ୍ରକାରେ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ
ଅନୁପମ ସାହା, ଅନ୍ୟ ମାନଙ୍କ ମଧ୍ୟରେ ଏସ୍ପି ତପନ କୁମାର ପଟ୍ଟନାୟକ ଓ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ମହେସ ଚୌଧୁରୀ, ଉପଜିଲ୍ଲାପାଳ ସଙ୍ଗ୍ରାମ ଶେଖର ପଣ୍ଡାଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।

Advertisement