Thursday, October 8, 2026
ADVERTISEMENT
Home ଆଞ୍ଚଳିକ ବିଦ୍ୟାଳୟ ଭିତରେ ନୂତନ ଭାବେ ନିର୍ମିତ ହୋଇଥିବା ରୋଷେଇ ଗୃହ କୁ ନେଇ ଅଭିଯୋଗ

ବିଦ୍ୟାଳୟ ଭିତରେ ନୂତନ ଭାବେ ନିର୍ମିତ ହୋଇଥିବା ରୋଷେଇ ଗୃହ କୁ ନେଇ ଅଭିଯୋଗ

371
ADVERTISEMENT

ପାରଳାଖେମୁଣ୍ଡି,୩୦/୦୭(ପ୍ରଭାତ କୁମାର ପାତ୍ର ) : ଶ୍ୟାମ ସୁନ୍ଦର ରାଜଗୁରୁ ବିଦ୍ୟାଳୟ ମଧ୍ୟରେ ଥିବା ରୋଷେଇ ଗୃହ ତୁରନ୍ତ ମରାମତି କରି ନୂତନ ଭାବେ ନିର୍ମାଣାଧୀନ ରୋଷେଇଗୃହକୁ ବନ୍ଦ କରିବାକୁ ଅନୁରୋଧ ।ବିଦ୍ୟାଳୟର ସମ୍ମୁଖ ଭାଗରେ ରହିଥିବା ସ୍ଥାନଟି ବଗିଚାର ସୌନ୍ଦର୍ଜ୍ୟିକରଣ ଲାଗି ଉର୍ଦ୍ଧିଷ୍ଟ , କିନ୍ତୁ କିଛି ସରକାରୀ କର୍ମଚାରୀ ଉନ୍ନତିକରଣ ନାମରେ ସରକାରୀ ଯୋଜନା ର ଅପବ୍ୟବହାର କରି ବଗିଚା ପାଇଁ ଉର୍ଦ୍ଧିଷ୍ଟ ସ୍ଥାନରେ ନୂତନ ଭାବେ ଏକ ରୋଷେଇଗୃହ ନିର୍ମାଣ କରୁଛନ୍ତି ଯାହାକି ବିଦ୍ୟାଳୟର ସୌନ୍ଦର୍ଯ୍ୟ ଏବଂ ପରିବେଶ ଉପରେ ପ୍ରଭାବ ପକାଉଛି ।

ପ୍ରକାଶ ଥାଉକି ଏହି ବିଦ୍ୟାଳୟରେ ଏକ ରୋଷେଇଗୃହ ରହିଛି ଯାହାର କିଛି ମରାମତି କାର୍ଯ୍ୟ ର ଆବଶ୍ୟକତା ରହିଛି ଏବଂ ସ୍ୱଳ୍ପ ଖର୍ଚ୍ଚରେ ଏହା ସମ୍ଭବପର ହୋଇପାରିବ , ଏହା ଦ୍ୱାରା ସରକାରୀ ସମ୍ପତ୍ତି କମ ଖର୍ଚ୍ଚରେ ରୋଷେଇଗୃହ ହେବା ସଙ୍ଗେ ବିଦ୍ୟାଳୟ ମଧ୍ୟରେ ବଗିଚାର ସୌନ୍ଦର୍ଜ୍ୟିକରଣ ମଧ୍ୟ ହୋଇପାରିବ , ତେଣୁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ ତୁରନ୍ତ ଏହାକୁ ଦୃଷ୍ଟିରେ ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

Advertisement