Thursday, October 8, 2026
ADVERTISEMENT
Home ଆଞ୍ଚଳିକ ଗଜପତି ଜିଲ୍ଲାରେ ଆଜି ଠାରୁ ୪ ଦିନିଆ ସଟଡାଉନ

ଗଜପତି ଜିଲ୍ଲାରେ ଆଜି ଠାରୁ ୪ ଦିନିଆ ସଟଡାଉନ

239
ADVERTISEMENT

ପାରଳାଖେମୁଣ୍ଡି,୩୦/୦୭(ପ୍ରଭାତ କୁମାର ପାତ୍ର) : ଗଜପତି ଜିଲ୍ଲାରେ ଆଜି ଠାରୁ ୪ ଦିନିଆ ସଟଡାଉନ ଆରମ୍ଭ। ପାରଳାଖେମୁଣ୍ଡି ମୁନିସିପାଲିଟି, କାଶୀନଗର ବିଜ୍ଞାପିତ ପରିଷଦ ଅଞ୍ଚଳ ସମେତ ସମସ୍ତ ବ୍ଳକ ମୁଖ୍ୟାଳୟ ବନ୍ଦ ରହିଛି ଏବଂ ସହର ନିକଟବର୍ତ୍ତୀ ୪ଟି ପଞ୍ଚାୟତ ରାଣିପେଣ୍ଠ, ଝାମି, କେରାଣ୍ଡି, କତଲକୈଠା ପଞ୍ଚାୟତକୁ ସଟଡାଉନ ଘୋଷଣା କରାଯାଇଛି। ଏହି ସମୟରେ ଜରୁରୀ ସ୍ବାସ୍ଥ୍ୟ ସେବା ସହ କ୍ଷୀର ଔଷଧ ଦୋକାନକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ସମସ୍ତ ଛକ ସ୍ଥାନରେ ପୋଲିସ ମୁତୟନ ରହିଛନ୍ତି। କରୋନା ଆକ୍ରାନ୍ତରେ ଜିଲ୍ଲାର ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ପ୍ରତି ବ୍ଲକ୍ ଓ ସହରରେ ଏଣ୍ଟିଜେନ କିଟ୍ ମାଧ୍ୟମରେ ବ୍ୟାପକ ପରିମାଣରେ ପରୀକ୍ଷା କରାଯାଉଥିବାରୁ ସଂକ୍ରମିତ ସଂଖ୍ୟା ଅହେତୁକ ଭାବେ ବଢ଼ିଚାଲିଛି। ଯାହାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ପ୍ରତି ସପ୍ତାହର ପ୍ରଥମ ତିନି ଦିନ ଲକଡାଉନ ଏବଂ ପରବର୍ତ୍ତୀ ଚାରି ଦିନକୁ ସଟଡାଉନ କରିବାକୁ ନିର୍ଦ୍ଦେଶ ଦେଇଛି ପ୍ରଶାସନ।

Advertisement