ପାରଳାଖେମୁଣ୍ଡି, ୨୯/୦୭(ଏଜେନସି): ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଆଜି ଗଜପତି ଜିଲ୍ଲାକୁ ଏକ ସ୍ୱତନ୍ତ୍ର ଅନୁଧ୍ୟାନରେ ଆସି ଫେରିଛନ୍ତି । ଗତ ତିତିଲି ବାତ୍ୟାରେ ଓଡିଶାର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ଗଜପତି ଜିଲ୍ଲାର କଇଁପୁର ପଂଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରି ତିତିଲି କ୍ଷତିଗ୍ରସ୍ତ ଲୋକଙ୍କୁ ଗଜପତି ଜିଲ୍ଲା ପ୍ରଶାସନ କେତେ ଦୂର ସାହାର୍ଯ୍ୟର ହାତ ବଢାଇଛନ୍ତି ତାହା ସେ ଅନୁଧ୍ୟାନ କରିଥିଲେ । ପରେ ପାରଳାଖେମୁଣ୍ଡି ସର୍କିଟ ହାଉସ୍ ଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ ଯେ, ତିତିଲ ପ୍ରପୀଡିତ କ୍ଷତିଗ୍ରସ୍ତଙ୍କ ଗଜପତି ପ୍ରଶାସନ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଅନ୍ୟନ୍ତ ପ୍ରସଶନିୟ ଅଟେ । ଗଜପତି ଜିଲ୍ଲା ପ୍ରଶାସନକୁ ବନ୍ୟା ପ୍ରପୀଡିତଙ୍କୁ ଥଇଥାନ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ୨୨୯ କୋଟି ଟଙ୍କା ଦିଆଯାଇଥିଲା । ଏଥିରୁ ଗଜପତି ପ୍ରଶାସନ ୨୨୧ କୋଟି ଟଙ୍କା ବେୟ କରି ତିତିଲି ବାତ୍ୟା ପ୍ରପୀଡିତଙ୍କ ପାଇଁ ବେସ ସହାୟକ ହୋଇପାରିଛନ୍ତି । ଏହି ଅଂଚଳର ୧୫ଗୋଟି ଗ୍ରାମ ଯେଉଁ ଗୁଡିକ ବିଶେଷ କରି ପାହାଡ ଉପରେ ରହିଥିଲା ସେଗୁଡିକ ତିତିଲି ବାତ୍ୟାରେ ସଂପୂର୍ଣ୍ଣ ପ୍ରଭାବିତ ହୋଇଥିଲା । ଏହି ୧୫ଗୋଟି ଗ୍ରାମର ଲୋକଙ୍କୁ ଗଜପତି ପ୍ରଶାସନ ତୁରନ୍ତ ଚିହ୍ନଟ କରି ଏମାନଙ୍କ ଥଇଥାନ ପାଇଁ ବହୁ କାର୍ଯ୍ୟକ୍ରମ ହାତ ନେଇଛନ୍ତି । ଶ୍ରୀ ସେଠୀ ଆହୁରି କହିଥିଲେ ଯେ, ଆଜି ମୁଁ ଗଜପତି ଜିଲ୍ଲାର ଲାଙ୍ଗାସାହି, ଶୁଆମା, ମାଡବା, ରାଇସିଂ ଆଦି ବିଭିନ୍ନ ଗ୍ରାମକୁ ଯାଇ ଅନୁଧ୍ୟାନ କରିଥିଲି । ଏହି ଗ୍ରାମବାସୀଙ୍କ ସମେତ ପ୍ରଭାବିତ ୧୫ଗୋଟି ଗ୍ରାମର ଲୋକଙ୍କ ପାଇଁ ପାହାଡ ତଳେ ପଂଚାୟତ କାର୍ଯ୍ୟାୟଳ ନିକଟରେ ନୂତନ ଘର ନିର୍ମାଣ ଚାଲିଛି । ଏହି ଘର ଗୁଡିକ ନିର୍ମାଣ ଶୈଳୀ ଉଚ୍ଚ କୋଟିର, ଏଠାରେ ଲୋକଙ୍କ ସୁବିଧା ସୁଯୋଗ ପାଇଁ ଅନୁସାଙ୍ଗିକ ସମସ୍ତ ବ୍ୟବସ୍ଥା କାର୍ଯ୍ୟ କରାଯାଇ ଏହାକୁ ଏକ ସୁନ୍ଦର କୋଲନୀ ରୂପେ ଗଢା ଯିବ । ଯେଦ୍ୱାରା କି ଲୋକେ ଠିକ୍ ଭାବେ ଥଇଥାନ ହୋଇ ପାରିବେ । ଏହି ଗ୍ରସ୍ତ ସମୟରେ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନର କାର୍ଯ୍ୟ ଦକ୍ଷତାକୁ ନେଇ ଲୋକେ ଆନନ୍ଦିତ ହୋଇପାରିଛନ୍ତି । ଅତି ତୁରନ୍ତ ଏହି ସମସ୍ତ ନିର୍ମାଣ କାର୍ଯ୍ୟକୁ ସମାପନ କରିବା ପାଇଁ ଗଜପତି ପ୍ରଶାସନକୁ ନିଦେ୍ଧଶ ଦିଆଯାଇଛି । ଏତ୍ଦ ବ୍ୟତିତ ଗଜପତି ଜିଲ୍ଲାର ପୁର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ଓ ପଂଚାୟତ ରାଜ ବିଭାଗକୁ ମଧ୍ୟ ତିତିଲି କ୍ଷତିଗ୍ରସ୍ତ ଅଂଚଲକୁ ତୁରନ୍ତ ସଜାଡିବା ପାଇଁ ଆବଶ୍ୟକ ଅନୁଧ୍ୟାନ ଦିଆଯାଇଥିଲା । ଏଗୁଡିକ ମଧ୍ୟ ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରିଛି । ଏହି ଗ୍ରସ୍ତ ସମୟରେ ଗଜପତି ଜିଲ୍ଲାପାଳ ଅନୁପମ ସାହା, ଗଜପତି ଡି.ଆର.ଡି.ଏ ପିଡି ଚଞ୍ଚଳ ରାଣା ସମେତ ବହୁ ପଦସ୍ତ ଅଧିକାରୀ ଏହି ଗ୍ରସ୍ତରେ ଉପସ୍ଥିତ ଥିଲେ ।