Saturday, September 19, 2026
ADVERTISEMENT
Home ଆଞ୍ଚଳିକ ଗଜପତି ତିତିଲି ବାତ୍ୟା ପ୍ରପୀଡିତ ଙ୍କ ଥଇଥାନ ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପ ପ୍ରଶଂସନୀୟ ଅଟେ

ଗଜପତି ତିତିଲି ବାତ୍ୟା ପ୍ରପୀଡିତ ଙ୍କ ଥଇଥାନ ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପ ପ୍ରଶଂସନୀୟ ଅଟେ

340
ADVERTISEMENT


ପାରଳାଖେମୁଣ୍ଡି, ୨୯/୦୭(ଏଜେନସି): ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଆଜି ଗଜପତି ଜିଲ୍ଲାକୁ ଏକ ସ୍ୱତନ୍ତ୍ର ଅନୁଧ୍ୟାନରେ ଆସି ଫେରିଛନ୍ତି । ଗତ ତିତିଲି ବାତ୍ୟାରେ ଓଡିଶାର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ଗଜପତି ଜିଲ୍ଲାର କଇଁପୁର ପଂଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରି ତିତିଲି କ୍ଷତିଗ୍ରସ୍ତ ଲୋକଙ୍କୁ ଗଜପତି ଜିଲ୍ଲା ପ୍ରଶାସନ କେତେ ଦୂର ସାହାର୍ଯ୍ୟର ହାତ ବଢାଇଛନ୍ତି ତାହା ସେ ଅନୁଧ୍ୟାନ କରିଥିଲେ । ପରେ ପାରଳାଖେମୁଣ୍ଡି ସର୍କିଟ ହାଉସ୍ ଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ ଯେ, ତିତିଲ ପ୍ରପୀଡିତ କ୍ଷତିଗ୍ରସ୍ତଙ୍କ ଗଜପତି ପ୍ରଶାସନ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଅନ୍ୟନ୍ତ ପ୍ରସଶନିୟ ଅଟେ । ଗଜପତି ଜିଲ୍ଲା ପ୍ରଶାସନକୁ ବନ୍ୟା ପ୍ରପୀଡିତଙ୍କୁ ଥଇଥାନ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ୨୨୯ କୋଟି ଟଙ୍କା ଦିଆଯାଇଥିଲା । ଏଥିରୁ ଗଜପତି ପ୍ରଶାସନ ୨୨୧ କୋଟି ଟଙ୍କା ବେୟ କରି ତିତିଲି ବାତ୍ୟା ପ୍ରପୀଡିତଙ୍କ ପାଇଁ ବେସ ସହାୟକ ହୋଇପାରିଛନ୍ତି । ଏହି ଅଂଚଳର ୧୫ଗୋଟି ଗ୍ରାମ ଯେଉଁ ଗୁଡିକ ବିଶେଷ କରି ପାହାଡ ଉପରେ ରହିଥିଲା ସେଗୁଡିକ ତିତିଲି ବାତ୍ୟାରେ ସଂପୂର୍ଣ୍ଣ ପ୍ରଭାବିତ ହୋଇଥିଲା । ଏହି ୧୫ଗୋଟି ଗ୍ରାମର ଲୋକଙ୍କୁ ଗଜପତି ପ୍ରଶାସନ ତୁରନ୍ତ ଚିହ୍ନଟ କରି ଏମାନଙ୍କ ଥଇଥାନ ପାଇଁ ବହୁ କାର୍ଯ୍ୟକ୍ରମ ହାତ ନେଇଛନ୍ତି । ଶ୍ରୀ ସେଠୀ ଆହୁରି କହିଥିଲେ ଯେ, ଆଜି ମୁଁ ଗଜପତି ଜିଲ୍ଲାର ଲାଙ୍ଗାସାହି, ଶୁଆମା, ମାଡବା, ରାଇସିଂ ଆଦି ବିଭିନ୍ନ ଗ୍ରାମକୁ ଯାଇ ଅନୁଧ୍ୟାନ କରିଥିଲି । ଏହି ଗ୍ରାମବାସୀଙ୍କ ସମେତ ପ୍ରଭାବିତ ୧୫ଗୋଟି ଗ୍ରାମର ଲୋକଙ୍କ ପାଇଁ ପାହାଡ ତଳେ ପଂଚାୟତ କାର୍ଯ୍ୟାୟଳ ନିକଟରେ ନୂତନ ଘର ନିର୍ମାଣ ଚାଲିଛି । ଏହି ଘର ଗୁଡିକ ନିର୍ମାଣ ଶୈଳୀ ଉଚ୍ଚ କୋଟିର, ଏଠାରେ ଲୋକଙ୍କ ସୁବିଧା ସୁଯୋଗ ପାଇଁ ଅନୁସାଙ୍ଗିକ ସମସ୍ତ ବ୍ୟବସ୍ଥା କାର୍ଯ୍ୟ କରାଯାଇ ଏହାକୁ ଏକ ସୁନ୍ଦର କୋଲନୀ ରୂପେ ଗଢା ଯିବ । ଯେଦ୍ୱାରା କି ଲୋକେ ଠିକ୍ ଭାବେ ଥଇଥାନ ହୋଇ ପାରିବେ । ଏହି ଗ୍ରସ୍ତ ସମୟରେ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନର କାର୍ଯ୍ୟ ଦକ୍ଷତାକୁ ନେଇ ଲୋକେ ଆନନ୍ଦିତ ହୋଇପାରିଛନ୍ତି । ଅତି ତୁରନ୍ତ ଏହି ସମସ୍ତ ନିର୍ମାଣ କାର୍ଯ୍ୟକୁ ସମାପନ କରିବା ପାଇଁ ଗଜପତି ପ୍ରଶାସନକୁ ନିଦେ୍ଧଶ ଦିଆଯାଇଛି । ଏତ୍ଦ ବ୍ୟତିତ ଗଜପତି ଜିଲ୍ଲାର ପୁର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ଓ ପଂଚାୟତ ରାଜ ବିଭାଗକୁ ମଧ୍ୟ ତିତିଲି କ୍ଷତିଗ୍ରସ୍ତ ଅଂଚଲକୁ ତୁରନ୍ତ ସଜାଡିବା ପାଇଁ ଆବଶ୍ୟକ ଅନୁଧ୍ୟାନ ଦିଆଯାଇଥିଲା । ଏଗୁଡିକ ମଧ୍ୟ ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରିଛି । ଏହି ଗ୍ରସ୍ତ ସମୟରେ ଗଜପତି ଜିଲ୍ଲାପାଳ ଅନୁପମ ସାହା, ଗଜପତି ଡି.ଆର.ଡି.ଏ ପିଡି ଚଞ୍ଚଳ ରାଣା ସମେତ ବହୁ ପଦସ୍ତ ଅଧିକାରୀ ଏହି ଗ୍ରସ୍ତରେ ଉପସ୍ଥିତ ଥିଲେ ।



Advertisement