ଲୋଚାପଡାରେ ଜବରଦଖଲ ଉଛେଦ । ଭାଙ୍ଗିଲେ ବିଜେଡି ନେତାଙ୍କ ଘର ପାଚେରୀ ।

215
ADVERTISEMENT



କୁକୁଡାଖଣ୍ଡି,୨୯/୭ (ଇ .ରଞ୍ଜନ ):ଲୋଚାପଡା ରାମକୃଷ୍ଣନଗରରେ ଆଜି କୁକୁଡାଖଣ୍ଡି ତହସିଲଦାରଙ୍କ ଉପସ୍ଥିତିରେ ଜବରଦଖଲ ଉଛେଦ କରାଯାଇଛି ।ବହୁ ବର୍ଷ ଧରି କିଛି ଲୋକ ସରକାରୀ ଜାଗାରେ ପାଚେରୀ ଓ ଘରକରି ରହିଥିଲେ , ଉକ୍ତ ସ୍ଥାନରେ ଡ୍ରେନ କିମ୍ବା ରାସ୍ତା ନିର୍ମାଣରେ ବାଧା ଉପୁଜୁଥିଲା । କିଛି ପ୍ରଭାବଶାଳୀ ଲୋକଙ୍କ କବଜାରେ ରହୁଥିବାରୁ ରାଜସ୍ବଅଧିକାରୀ ମାନେ କିଛି ପଦଷେପ ନେଇପାରୁନଥିଲେ । ବହୁବାର ଅଭିଯୋଗ ପରେ ତହସିଲଦାର ସୁବାଶଚନ୍ଦ୍ର ରଇତ ,ସଦରଥାନା ଅଧିକାରୀ ଭାବାନନ୍ଦପ୍ରଧାନ ୧ ପ୍ଲାଟୁନ ପୋଲିସ ଫୋରସ,ରାଜସ୍ବବିଭାଗ ଅଧିକାରୀ ମାନେ ଉପସ୍ଥିତ ରହି ଜବରଦଖଲ ରେ ସରକାରୀ ଜମିରେ ଥିବା ପାଚେରୀ ସବୁ ଡ୍ରୋଜର ଦ୍ବାରା ଭାଙ୍ଗିଥିଲେ। ପ୍ରବଳ ବର୍ଷା ସତ୍ବେ ମଧ୍ୟ ଜବରଦଖଲ କାର୍ଯ୍ୟକ୍ରମ ଚାଲିଥିଲା । ବିଜୁ ଶ୍ରମିକ ମୁଖ୍ୟ ନେତା ଉଜ୍ବଳ ପାଢୀଙ୍କ ଘରର ପାଚେରୀ ଭଙ୍ଗା ଯାଇଥିଲା । ଶାନ୍ତିଶୃଖଳାରେ ଉଛେଦ କାର୍ଯ୍ୟକ୍ରମ ସରିଥିଲା । ଆଗାମୀ ଦିନରେ ଜବରଦଖଲରେ ଥିବା ସରକାରୀ ଜମିରୁ ଉଛେଦ କାର୍ଯ୍ୟ ଜାରିରହିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି ।



Advertisement