Wednesday, October 7, 2026
ADVERTISEMENT
Home ଆଞ୍ଚଳିକ ଗଜପତି ଜିଲ୍ଲାରେ ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି

ଗଜପତି ଜିଲ୍ଲାରେ ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି

498
ADVERTISEMENT

ଗଜପତି ,୨୫/୭(ପ୍ରଭାତ କୁମାର ପାତ୍ର) :ଗଜପତି ଜିଲ୍ଲାରେ ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି, ଦିନ ପରେ ଦିନ ଅଧିକ ରୁ ଅଧିକ ସଂଖ୍ୟକ କୋରନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଅଧିକ ସଂଖ୍ୟକ ଆକ୍ରାନ୍ତ କୋଭିଡ ଯୋଦ୍ଧା ରହିଛନ୍ତି। ଆଜି ଜିଲ୍ଲାରେ ନୁଆଁ ଆକ୍ରାନ୍ତଙ୍କ ସଂଖ୍ୟା 88 ରହିଛି ,ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 925 ରେ ପହଞ୍ଚିଲା। ସେଥି ମଧ୍ୟରୁ କୋରନା ଯୋଦ୍ଧା ହେଉଛନ୍ତି 8 ଏବଂ ସର୍ବାଧିକ ଆକ୍ରାନ୍ତ 54 ପାରଳାଖେମୁଣ୍ଡି ସହର ଅଞ୍ଚଳର , ପେଲେସ ଷ୍ଟ୍ରିଟ୍, ଭବାନିଟେଙ୍କ ରୋଡ, ବିଏସ ଏନ ଏଲ ଅଫିସ, ତେଲି ସାହି, ଖଞ୍ଜା ସାହି, ବେତାଗୁଡା, ବିଶ୍ଵନାଥ ନଗର, ବାଟ ଗୌଡ ସାହି, ରାମନଗର, ଫରେଷ୍ଟ କଲୋନି, ଓଡିଆ ପାରଳାସାହି, କଟକିଆ ଗୌଡ ସାହି, ସେରି ସାହି, ଶ୍ରୀଧରନଗର 2, ନାଗରଂପେଲି ଷ୍ଟ୍ରିଟ୍, କାମାକ୍ଷୀ ନଗର, ଜଗନ୍ନାଥ ବିହାର, ଓମଶାନ୍ତି କଲୋନି, ସୁଭଦ୍ରା ବିହାର, ଦାମୋଦର ବିହାର, ହସ୍ପିଟାଲ ରୋଡ, ରାଙ୍ଗାରାଜୁ ଷ୍ଟ୍ରିଟ୍, ରାଣୀପଦ୍ମାବତି ଷ୍ଟ୍ରିଟ୍, ଗୁଲା ସାହି, ସାନବ୍ରାହ୍ମଣ ସାହି, ଓଡିଆ କୁମ୍ଭାର ସାହି, ପୋଷ୍ଟ ଅଫିସ ସାହି, ଦୋଳବନ୍ଧ ରୋଡ, ବଡବ୍ରାହ୍ମଣ ସାହି, କାମ୍ପସାହି, ଓ ଜାଗି, ଲି ସାହି ଅଞ୍ଚଳରୁ ଏହି ସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଭାବରେ ଗୋଷାଣି ବ୍ଳକ ଅନ୍ତର୍ଗତ ଗୁରାଣ୍ଡି , ଗାରାବନ୍ଧ ଓ କେରାଣ୍ଡି ପଞ୍ଚାୟତ ଅଞ୍ଚଳରୁ 5 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୁମ୍ମା ବ୍ଳକ ଅଞ୍ଚଳର କୁଜିସିଂ ଓ ସେରଙ୍ଗ ଗ୍ରାମର 10 ଆକ୍ରାନ୍ତ ଚିହ୍ନଟ, ରା ଉଦୟଗିରି ଓ କାଶୀନଗର ବ୍ଲକରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୁଆଗଡ ବ୍ଳକ ଅଞ୍ଚଳରୁ ଜଣେ ଭୁବନେଶ୍ବର ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ। ଅନ୍ୟ ପକ୍ଷରେ ଦୃତଗତିରେ ବୃଦ୍ଧି ପାଉଥିବା ସଙ୍କ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଅଧିକ ସଂଖ୍ୟାରେ ଏଣ୍ଟିଜଣ୍ଟକିଟ ପରିକ୍ଷା କରାଯାଉଥିବା ହେତୁ ଅଧିକ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେଣୁ ଅଧିକ ଭୟବିତ ନହୋଇ ସତର୍କତା ଅବଲମ୍ବନ କରିବା ଆବଶ୍ୟକତା ରହିଛି।

Advertisement