ରାସ୍ତାକଡ଼ ଗଛ କଟା ନେଇ ଉତେଜନା

629
ADVERTISEMENT

ହିଂଜିଳିକାଟୁ,୨୯/୭(ଶେସଦେବ ସାହୁ ) : ହିଂଜିଳିକାଟୁ ଘୋଡ଼ାହାଡ଼ ପୋଲ ନିକଟରେ ଜାତୀୟ ରାଜପଥ ପାଶ୍ୱର୍ ଗଛକୁ ରବିବାର କିଛି ମହିଳା ବେନିୟମ ଭାବେ କାଟିବା ନେଇ ତ୍ରିରଙ୍ଗା ଯୁବକ ସଂଘ ଓ ଡ଼ିସକଭରୀ ହିଂଜିଳିକାଟୁ ସ୍ୱେଚ୍ଛାସେବୀ ପକ୍ଷରୁ ଆପତି ପ୍ରକାଶ ପାଇଛି । ବୁରୁପୋଡ଼ା ଗ୍ରାମର କିଛି ମହିଳା ଜାଳେଣୀ ସଂଗ୍ରହ ପାଇଁ ଗଛ କାଟିଥିବା ଅଭିଯୋଗ ହୋଇଛି । ସ୍ୱେଚ୍ଛାସେବୀ ମାନେ ଏଥିନେଇ ହିଂଜିଳି ଥାନାକୁ ଖବର ଦେଇଥିଲେ । ଖବରପାଇ ୨ଜଣ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଂଚିଥିଲେ । ତାଗିଦ ପରେ ମହିଳାମାନେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ । ପରେ ଖବର ପାଇ ଚେରମାରିଆ ରେଂଜ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି କଟା ଯାଇଥିବା ଗଛକୁ ଜବତ କରିଛନ୍ତି । ପ୍ରକାଶ ଥାଉ କି, ତି୍ରରଙ୍ଗା ଯୁବକ ସଂଘ ପକ୍ଷରୁ ଚଳିତ ବର୍ଷ ଚାରା ରୋପଣ ଓ ଗଛର ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି । ସଂଘର ସ୍ୱେଚ୍ଛାସେବୀ ମାନେ ବେଆଇନ ଗଛ କଟା ପ୍ରତି ସର୍ତକ ଦୃଷ୍ଟି ରଖିଛନ୍ତି । ସଂଘ ଉପସଭାପତି ପ୍ରଭାତ ମହାରଣା, କିରଣ ପୃଷ୍ଟି, ପ୍ରଭୁଦତ ପାତ୍ର, କାହ୍ନୁ ପଣ୍ଡା ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ।

Advertisement