ଦଲାଲ ହାତରେ ବନ୍ଧାପଡ଼ିଛି ବାହାର ରାଜ୍ୟକୁ ଯାଇଥିବା ପ୍ରକାଶଙ୍କ ଜୀବନ !

195
ADVERTISEMENT

ବ୍ରହ୍ମପୁର,୨୯/୭ ଏଜେନସି : ପରିବାର ପ୍ରତିପୋଷଣ ପାଇଁ ଯାଇଥିଲେ ବାହାର ରାଜ୍ୟକୁ ଭଲ ପଇସା ରୋଜଗାର କରିବେ ଘରର ଗୁଜୁରାଣ ମେଣ୍ଟିବ । ହେଲେ ଦଲାଲର କବଜାରେ ବନ୍ଧା ପଡ଼ିଛି ଜୀବନ । ୮ମାସରୁ ଉର୍ଦ୍ଧ ହେବ ପତ୍ତା ମିଳୁନି । ଏପରି ଘଟଣା ଘଟିଛି ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ‘ ଟି ଗୋବିନ୍ଦପୁର’ ଗ୍ରାମ ପାଣସାହିରେ । ଗ୍ରାମର ପ୍ରକାଶ ନାୟକ(୪୫), ଭଲ ମଜୁରୀର ପ୍ରଲୋଭନ ଦେଖାଇ ଗଜପତି ଜିଲ୍ଲା ଚନ୍ଦ୍ରଗିରି ଅଞ୍ଚଚଳର ଜନୈକ ମଧ୍ୟସ୍ଥି (ଦଲାଲ) ଜୁନ ୧୮ ତାରିଖରେ୨୦୧୮ ମାସିହିରେ ବେଙ୍ଗାଲୁର ପଠାଇଥିଲେ । ହେଲେ ପ୍ରକାଶ ସେଠାକୁ ଯିବା ପରେ ଘରକୁ ଟଙ୍କା ଟିଏ ମଧ୍ୟ ପଠାଇ ନ ଥିଲେ । ପରିବାର କହିଲେ ସ୍ତ୍ରୀ ଦୁଇପୁଅଏବଂ ଗୋଟିଏ ଝିଅ । ଯିବାର କିଛି ମାସ ପରେ ବେଙ୍ଗାଲୁରସ୍ଥିତ ମାଲିକକୁ ପରିବାର ଲୋକେ ତାଙ୍କ ସମ୍ପର୍କରେ ପଚାରିବାରୁ ପ୍ରକାଶ ଘରକୁ ଫେରିଯିବାକୁ ଚାହୁଁଥୁବା କହିଥିଲେ। ମାଲିକଠାରୁ ମଧ୍ୟସ୍ଥି ଟଙ୍କା ନେଇଛି । ତେଣୁ ଦଲାଲକୁ ଧରି ଆସିଲେ ହିଁ ତାକୁ ଛଡ଼ାଯିବ ବୋଲି କହିଥିଲେ । ଅନ୍ୟପଟେ ପରିବାର ବର୍ଗ ଏଭଳି ଦୁଇ ତିନି ଥର ମାଲିକ ସହ ଫୋନରେ କଥା ହେବା ପରେ ବାରମ୍ବାର ଫୋନ କର ନାହିଁ ବୋଲି ଧମକ ଦେଇ,ଆଉ ଫୋନ ଉଠାଉନାହାନ୍ତି । ଇତି ମଧ୍ୟରେ ୮ମାସ ହେଲା ପରିବାର ଲୋକେ ପ୍ରକାଶ ସହ ଯୋଗାଯୋଗ ମଧ୍ୟ କରିପାରୁ ନାହାନ୍ତି । ଗତ ଏପ୍ରିଲ ମାସରେ ପରିବାର ଲୋକେ ପାଟପୁର ଥାନା ଓ ଚନ୍ଦ୍ରଗିରି ଫାଣ୍ଡିରେ ଏହି ଘଟଣା ନେଇ ଦୃଷ୍ଟି ଆକର୍ଷଣ କରିଥିଲେ । ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରିନାହିଁ । ଏପରିକି ମଧ୍ୟସ୍ଥି ଜଣକ ପରିବାର ଲୋକଙ୍କୁ ଧମକ ଦେଇ ମୋର କେହି କିଛି କରିପାରିବ ନାହିଁ ,ବୋଲି କହୁଛି । ପରିବାର ଲୋକେ ବ୍ରହ୍ମପୁରସ୍ଥିତ ସହକାରୀ ଶ୍ରମ ଆୟୁକ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବାବେଳେ ସେ
ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିବାକୁ କହିଛନ୍ତି । ସେହିପରି ଗତ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରକାଶଙ୍କ ସାନ ପୁଅ ଅନୀଲ ଅର୍ଥାଭାବ ଓ ବାପାଙ୍କ ଅନୁପସ୍ଥିତିରେ ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇଛି ।ପ୍ରକାଶକୁ ସେଠାରେ ମାଲିକ କାର୍ଯ୍ୟରେ ନିୟୋଜିତ କରୁଥିବାବେଳେ ମଧ୍ୟସ୍ଥି ଶ୍ରମିକ ଚାଲାଣ ବାବଦ ଅର୍ଥ ନେଇ ନିର୍ଭୟରେ ଶ୍ରମିକ ପରିବାରକୁ ଧମକଚମକ ଦେବାରେ ଲାଗିଛି । ପ୍ରକାଶ ଘରକୁ ଫେରିବାକୁ ଚାହୁଁଥିବାବେଳେ, ମାଲିକ ମଧ୍ୟସ୍ଥି ଦଲାଲ ଆଳ ଦେଖାଇ ତାଙ୍କୁ ଛାଡୁ ନଥିବା ପରିବାର ଲୋକେ କହିଛନ୍ତି । ଟି.ଗୋବିନ୍ଦପୁର ପଞ୍ଚାୟତ ସରପଞ୍ଚ ମଙ୍ଗଳା ଗମାଙ୍ଗଙ୍କୁ ପଚାରିବାରୁ ଏହି ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି । ଅର୍ଥଭାବରୁ ଚାଳଝୁମ୍ପୁଡି ଘରେ ବାସ କରୁଥିବା ପରିବାରର ମୁଖିଆକୁ ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ଫେରାଇଆଣିବା ପାଇଁ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି ।

Advertisement