ବ୍ରହ୍ମପୁର,୨୯/୭ ଏଜେନସି : : ଗଞ୍ଜାମ ଜିଲା ପାଟପୁର ପୋଲିସ ପକ୍ଷରୁ ୨ଟି ଜୁଆ ଆଡ୍ଡାରେ ଅତର୍କିତ ଚଢ଼ାଉ କରି ୧୧ ଜୁଆଡ଼ିଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୨୧ ହଜାର ଟଙ୍କା, ତାସ ଓ ଏକ ଜରିପାଲ ଜବତ ହୋଇଛି । ଶନିବାର ସନ୍ଧ୍ୟାରେ ଆଇଆଇସି ରମେଶ କୁମାର ପ୍ରଧାନ ଡେଙ୍ଗାଓସ୍ତା ଗ୍ରାମରେ ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରି ସେମାନଙ୍କଠାରୁ ୭ ହଜାର ଟଙ୍କା, ତାସ ଓ ଏକ ଜରିପାଲ ଜବତ କରିଥିଲେ । ଏ ନେଇ ଥାନାରେ ନଂ.୧୪୮/୧୯ରେ ଏକ ମାମଲା ରୁଜୁ ହୋଇଥିଲା । ସେହିପରି ଡେଙ୍ଗାଓସ୍ତା-ସିଙ୍ଗପୁର ଗ୍ରାମ ରାସ୍ଥାରେ ଚଢ଼ାଉ କରି ୫ ଜଣଙ୍କୁ ଗିରଫ କରି ୧୪ ହଜାର ଟଙ୍କା, ତାସ ଓ ଏକ ଜରିପାଲ ପୋଲିସ ଜବତ କରିଛି । ଏ ନେଇ ଥାନାରେ ନଂ.୧୪୯/୧୯ରେ ଏକ ମାମଲା ରୁଜୁ ହୋଇଥିଲା।