ବ୍ରହ୍ମପୁର,୧୫/୦୭(ଗୁରୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲ୍ଲାରେ କରନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ପ୍ରତିଦିନ ଶହ ଶହ ରୋଗୀ ଚିହ୍ନଟ ହେଉଥିବା ସହ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ସରକାର ୨୬ ଅଧିକାରୀ ଏବଂ ୧୩୦ଟି ଡାକ୍ତରଙ୍କୁ ଗଞ୍ଜାମ ଜିଲ୍ଲାକୁ ଆଣୁଛନ୍ତି ।ଜିଲ୍ଲାର ବିଭିନ୍ନ ସ୍ଥାନରେ ସେମାନେ କରନା ଡି ୟୁଟି କରିବେ । ତେବେ ସେଥି ମଧ୍ୟରୁ ୫ ଓଏସ ଅଧିକାରୀ ଏବଂ ୨୧ ଓ ଆର୍ ଏସ ଅଧିକାରୀ ରହିଥିବା ବେଳେ କରନା ରୋଗୀ ମାନଙ୍କ ଚିକିତ୍ସା ନିମନ୍ତେ ୧୦୦ ଆୟୁଷ ଡାକ୍ତର ଓ ୩୦ ଏମବିବିଏସ୍ ଡାକ୍ତର ବୋଲି ଜଣା ପଡିଛି ।


















