Wednesday, November 11, 2026
ADVERTISEMENT
Home ଆଞ୍ଚଳିକ ଵ୍ରହ୍ମପୁର ପୋଲିସ ପକ୍ଷରୁ ଅମାନିଆଙ୍କୁ ତାଗିଦ

ଵ୍ରହ୍ମପୁର ପୋଲିସ ପକ୍ଷରୁ ଅମାନିଆଙ୍କୁ ତାଗିଦ

189
ADVERTISEMENT

ବ୍ରହ୍ମପୁର ,୧୩/୭(ବିଶ୍ୱରଞ୍ଜନ ): ଵ୍ରହ୍ମପୁର ପୋଲିସ ପକ୍ଷରୁ ଆଜି ପୁଣି ସହରର ବିଭିନ୍ନ ଛକରେ ଅମାନିଆଙ୍କୁ ନେଇ ତାଗିଦ କରାଯାଉଛି । ଆଜି ଲକ ଡାଉନର ଶେଷ ଦିନ ହୋଇଥିବା ବେଳେ କିଛି ଅମାନିଆ ଲୋକେ ଧୀରେ ଧୀରେ ପୁଣି ରାସ୍ତାକୁ ବାହାରୁଛନ୍ତି । ଗୋଟିଏ ପଟେ ପୋଲିସ ଖରାରେ ଲୋକଙ୍କ ପାଇଁ କର୍ତ୍ତବ୍ୟ କରୁଥିବା ବେଳେ ଅମାନିଆ ମାନେ ବାରମ୍ବାର ଅଯଥାରେ ବାହାରକୁ ବାହାରୁଛନ୍ତି । ଆସନ୍ତା କାଲିଠାରୁ ଲକ ଡାଉନ ଖୋଲିବା ପରେ ପୋଲିସ ପକ୍ଷରୁ ଗାଡି ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଜରିମାନା ନ କାଟି ଗାଡି କୁ ସିଜ଼ କରାଯାଉ । ବର୍ତ୍ତମାନ ଭି ସମୟ ଅଛି ସୁଧୁରୀ ଯାଅ ବନ୍ଧୁ । ତୁମ ଭଳି କିଛି ଅମାନିଆଙ୍କ ଲାଗି ନିୟମ ପାଳନ କରୁଥିବା ଅନ୍ୟ ଲୋକ ଏବଂ ତାଙ୍କ ପରିବାର ହଇରାଣରେ ନ ପଡନ୍ତୁ । ବର୍ତ୍ତମାନ ସମୟ ନିହାତି ଖରାପ । ରୋଗ କେତେବେଳେ କାହା ଉପରେ ମଧ୍ୟ ମାଡିବସେ । ତେଣୁ ଅମାନିଆ ହୁଅ ନାହିଁ । ମୁଁ ଶିକ୍ଷିତ ମୁଁ ଅଯଥାରେ ବାହାରେ ବୁଲିବି ନାହିଁ ଏହା ସମସ୍ତେ ମାନନ୍ତୁ ଏବଂ ନିଜକୁ ଶିଖିତର ପରିଚୟ ଦିଅନ୍ତୁ ।

Advertisement