Thursday, October 8, 2026
ADVERTISEMENT
Home ଆଞ୍ଚଳିକ ଆଜିଠାରୁ ତିନିଦିନ ଧରି ପାରଳାଖେମୁଣ୍ଡି ସହର ସଟଡାଉନ,

ଆଜିଠାରୁ ତିନିଦିନ ଧରି ପାରଳାଖେମୁଣ୍ଡି ସହର ସଟଡାଉନ,

289
ADVERTISEMENT

ପାରଳାଖେମୁଣ୍ଡି,୧୦/୭,(ପ୍ରଭାତ କୁମାର ପାତ୍ର) : ଆଜିଠାରୁ ତିନିଦିନ ଧରି ପାରଳାଖେମୁଣ୍ଡି ସହର ସଟଡାଉନ, ଅତି ଜରୁରୀ ନହେଲେ ବାହାରକୁ ବାହାରିବା ମନା। ପାରଳାଖେମୁଣ୍ଡି ସହରରେ ଅଧିକ ସଂଖ୍ୟକ ପଜିଟିଭ ଚିହ୍ନଟ ପରେ ସଟଡାଉନ ଘୋଷଣା କରିଛି ପ୍ରଶାସନ। ଏହି ସମୟରେ ସହରର ପ୍ରତ୍ୟେକ ଘର ଘର ବୁଲି ସର୍ଭେ କରାଯିବା ନେଇ ପୂର୍ବରୁ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ଏଥିପାଇଁ ୫୬ଟି ଟିମ୍ ନିୟୋଜିତ ଅଛନ୍ତି, ସେମାନେ ଥର୍ମାଲ ଟେଷ୍ଟ କରିବା ସହ ଅକ୍ସିଟେଷ୍ଟ ମାଧ୍ୟମରେ ମଧ୍ୟ ପରୀକ୍ଷା କରାଯିବ ସଂକ୍ରମଣ ଚିହ୍ନଟ ହେଲେ ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯିବ ବୋଲି କହିଛନ୍ତି ପୈାର ଅଧିକାରୀ। ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଅହେତୁକ ଭାବେ ବଢ଼ିଚାଲିଛି। ଯାହାକୁ ଦୃଷ୍ଟିରେ ରଖି ସଟଡାଉନ ନିଷ୍ପତ୍ତି ନେଇଛି ପ୍ରଶାସନ। କ୍ଷୀର ଓ ଔଷଧ ଛଡ଼ା ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଅତ୍ୟନ୍ତ ଜରୁରୀ ଆବଶ୍ୟକ ନ ହେଲେ ଘରୁ ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି। ପୋଲିସ ପ୍ରଶାସନ ଏହାକୁ କଡାକଡି ଭାବରେ ପାଳନ କରିବା ପାଇଁ ବିଭିନ୍ନ ସ୍ଥାନରେ ମୁତୟନ ରହିଛନ୍ତି। ଜିଲ୍ଲା ପ୍ରଶାସନର ନିଷ୍ପିକୁ ଜିଲ୍ଲାବାସୀ ସମର୍ଥନ କରିବା ସହ ସହଯୋଗ କରୁଥିବା କହିଛନ୍ତିି।

Advertisement