Thursday, November 19, 2026
ADVERTISEMENT
Home ଆଞ୍ଚଳିକ ଗଞ୍ଜାମ ଜିଲ୍ଲାପାଳଙ୍କ “କମୁନିଟି କୋଭିଡ କେୟାର “ପରିଦର୍ଶନ

ଗଞ୍ଜାମ ଜିଲ୍ଲାପାଳଙ୍କ “କମୁନିଟି କୋଭିଡ କେୟାର “ପରିଦର୍ଶନ

277
ADVERTISEMENT

କୋଦଳା, ୮/୭ (ସୂର୍ଯ୍ୟନାରାୟଣ ବଡୁ) : ବୁଧବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମ୍ରୂତ କୁଲାଙ୍ଗେ ଓ ସ୍ଵତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ପାରୂଲ ପଟ୍ଟ୍ଵାନି କୋଦଳା ଏନଏସି ଗସ୍ତ କରି କଲ୍ୟାଣ ମଣ୍ଡପ ଠାରେ “କମୁନିଟିକୋଭିଡକେୟାର”ପରିଦର୍ଶନ କରିବା ସହିତ କମୁନିଟି କୋଭିଡ ମନିଟର ମାନଙ୍କୁ କରୋନା ସମ୍ପର୍କିତ ତାଲିମ ପ୍ରଦାନ କରିଥିଲେ ।
ବର୍ତ୍ତମାନ ର ପରିସ୍ଥିତି ରେ ଗଞ୍ଜାମ ଜିଲ୍ଳା ହୁହୁହୋଇ କରୋନା ସଂକ୍ରମିତ ଙ୍କ ସଂଖ୍ୟା ବଢି ବଢି ଯାଉଥିବାରୁ ଜିଲ୍ଲାପାଳ ସମସ୍ତଙ୍କୁ ଜାଗ୍ରତ ରେ ରହିବାକୁ ପରାମର୍ଶ ଦେଇଥିଲେ । କୋଭିଡ ମନିଟର ମାନେ ପ୍ରତ୍ୟକ ଦିନ ପ୍ରତ୍ୟକ ସାହି ବୁଲି କାହାରି ଘରେ ଯଦି କୋଭିଡ ଲକ୍ଷ୍ଯଣ ଥିବା ବ୍ୟକ୍ତି ଜଣାପଡନ୍ତି ତାହାହେଲେ ସେହି ବ୍ୟକ୍ତିଙ୍କୁ ମେଡିକାଲ ନେଇ ତାର ପରିକ୍ଷ୍ୟା କରାଇବା କୁ ପରାମର୍ଶ ଦେଇଥିଲେ । ଯଦି ନେଗେଟିଭ ବାହାରେ ତାକୁ ନିଜ ଘରକୁ ପଜେଟିଭ ବାହାରିଲେ କମୁନିଟି କୋଭିଡ କେୟାର କୁ ପଠାଇବାକୁ କହିଥିଲେ ।ଉକ୍ତ କମିଟି ଘର ଘର ଯାଇ କରୋନା ର ଭୟାବହତା ଉପରେ ଲୋକଙ୍କୁ ବୁଝାଇ ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ , ମାସ୍କ ପିନ୍ଧିବା ବାଧ୍ୟତାମୂଳକ କହିବା ସହ ପ୍ରତ୍ୟକ ସମୟ ରେ ସାବୁନ ରେ ହାତ ଧୋଇବା , ସାନିଟାଇଜର ବ୍ୟବହାର କରିବା ଏବଂ ସାମାଜିକ ଦୂରତ୍ୱ କୁ ବଜାୟ ରଖିବା ନିମନ୍ତେ କହିବା ପାଈଁ ପରାମର୍ଶ ଦେଇଥିଲେ । ତହସିଲଦାର ପ୍ରଭାତ କୁମାର ପରିଡାଙ୍କ ଉପସ୍ଥିତି ରେ ଏନଏସି ର କନିଷ୍ଠ ଯନ୍ତ୍ରୀ ଜତିନ୍ଦ୍ର ମୋହନ ବେହେରା କୋଦଳା ର 13ଗୋଟି ward ରୁ ପ୍ରତ୍ୟକ ward ପାଈଁ ଜଣେ ଲେଖାଏଁ ଅଫିସର , ପୂର୍ବତନ କାଉନସିଲର , ସ୍ଵଛସାଥି , ମହିଳା ଗ୍ରୁପ ମା, ଜଳସାଥି ,ଅଙ୍ଗନବାଡି କର୍ମୀ , ଏଏନଏମ , ବିଜୁ ଯୁବ ବାହିନୀକର୍ମୀ ,ଏବଂ ବଣିକ ସଙ୍ଘ କର୍ମୀଙ୍କୁ ନେଇ ଏକ “କମୁନିଟି କୋଭିଡ ମନିଟର “ଗଠନ ଚିଠା ପ୍ରଦାନ କରିଥିଲେ ।ମନିଟର ମାନଙ୍କ ପାଈଁ ଆସିଥିବା କିଟ ଗ୍ରହଣ କରି ସେମାନେ ବର୍ତ୍ତମାନ ଠାରୁ ସାମାଜିକ କାର୍ଯ୍ୟ ରେ ଯୋଗଦେଇ କରୋନା ଯୋଦ୍ଧା ଭାବେ ନିଜକୁ ପ୍ରତିପାଦନ କରିବାକୁ ତହସିଲଦାର କହିଥିଲେ ।ଗୁରୁବାର ଠାରୁ ଡକ୍ଟର ଅନନ୍ତ ନାରାୟଣ ପ୍ରହରାଜ , ଡଃ ବନଜା ପଟନାୟକ , ଡଃ ସଞ୍ଜୟ କୁମାର ସାହୁ , ଡଃ ଜୟଦେବ ନାୟକ , ଡଃ ସଂଘମିତ୍ରା ଙ୍କ ସହିତ ଅଙ୍ଗନବାଡି କର୍ମୀ ମିଶି ନିଜ ନିଜ କେନ୍ଦ୍ର ଅଧୀନ ରେ ଥିବା ସାହି ଓ ଘର ବୁଲି ସ୍କ୍ରୀନିଙ୍ଗ ଟେଷ୍ଟ କରିବେ ବୋଲି ଜଣାପଡ଼ିଛି । “କମୁନିଟି କୋଭିଡ କେୟାର”ର ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥାରେ ଜିଲ୍ଲାପାଳ ଖୁଷିବ୍ଯକ୍ତ କରି ପ୍ରତ୍ୟାବର୍ତ୍ତନ କରିଥିଲେ ।ଏଥିରେ ଅନ୍ୟମାନଙ୍କ ମଧ୍ୟ ରେ ସ୍ବଚ୍ଛତା ଏକ୍ସପୋର୍ଟର ଚନ୍ଦ୍ର ମାରାଣ୍ଡି ,ସ୍ୱପ୍ନ କୁମାର ସାହୁ , ଅଙ୍ଗନବାଡି କର୍ମୀ , ସ୍ୱଚ୍ଛସାଥି , ବିଜୁଯୁବବାହିନୀ କର୍ମକର୍ତ୍ତା ଓ କିଛି ସ୍ଵେଚ୍ଛାସେବୀ ଉପସ୍ଥିତ ଥିଲେ ।

Advertisement