Thursday, November 19, 2026
ADVERTISEMENT
Home ଆଞ୍ଚଳିକ ଲୋକଙ୍କୁ ମିଳୁନି ଚିକିତ୍ସା ସେବା କ୍ୱାକ୍ ଓ ଔଷଧ ଦୋକାନୀ ସାଜିଛନ୍ତି ଚିକିତ୍ସକ

ଲୋକଙ୍କୁ ମିଳୁନି ଚିକିତ୍ସା ସେବା କ୍ୱାକ୍ ଓ ଔଷଧ ଦୋକାନୀ ସାଜିଛନ୍ତି ଚିକିତ୍ସକ

252
ADVERTISEMENT

ହିଞ୍ଜିଳିକାଟୁ, ୮/୭ ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲାରେ ବୃଦ୍ଧି ପାଉଛି କରେନା ସଂକ୍ରମଣ । ସାରା ଓଡ଼ିଶା ରାଜ୍ୟରେ ବର୍ତମାନ କରୋନା ସ୍ଥିତି ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ରହିଛି । ମଙ୍ଗଳବାର ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୨୮୩୬ ସକ୍ରମିତ ଏବଂ ୨୮ ଜଣ ମୃତ୍ୟୁ ବରଣ କରିଛନ୍ତି । ସମସ୍ତ ପ୍ରକାର ପ୍ରଚେଷ୍ଟ ପରେ ମଧ୍ୟ କମିବାର ନାଁ ଧରୁନି କରେନା । ହିଞ୍ଜିଳିକାଟୁ ବ୍ଳକ ଓ ପୌରାଂଚଳରେ ଗତ ୩ ଦିନ ମଧ୍ୟରେ ୩୬ ଜଣ ପଜିଟିଭ ଥିବା ସରକାରୀ ସୁତ୍ରରୁ ଜଣାପଡ଼ିତିବା ବେଳେ ବେସରକାରୀ ଭାବେ ଶତାଧିକ ଅକ୍ରାନ୍ତ ଥିବା କୁହାଯାଉଛି । ଗତ ୪ ଦିନ ମଧ୍ୟରେ ସ୍ଥାନୀୟ ଉପଖଣ୍ଡ ଚକିିତ୍ସାଳୟର ୨ଜଣ କର୍ମଚାରୀ ପଜିଟିଭ ଜଣାପଡ଼ିବା ପରେ ମେଡ଼ିକାଲରେ ଓପିଡ଼ିକୁ କିଛି ଦିନ ସକାଶେ ସ୍ଥଗିତ ରଖାଯାଇଛି । କେବଳ ଜରୁରୀ କାଳୀନ ଓ ଅତ୍ୟାବଶ୍ୟକ ଚିକିତ୍ସା ପାଇଁ ଉଦ୍ଧିଷ୍ଟ ରୋଗୀଙ୍କୁ ଚିକିତ୍ସା କରାଯାଉଛି । ସ୍ଥାନୀୟ ପୌରାଂଚଳ ଉପକଣ୍ଡ ଚିକିତ୍ସାଳୟ ସମେତ ବ୍ଳକର ବେଲଗାଁରେ ଏକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ୪ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି । ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବାଦ ଦେଲେ ବ୍ଳକର ୪ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ଡ଼ାକ୍ତର ନାହାନ୍ତି କହିଲେ ଚଳେ । ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟ ଉପରେ ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ପ୍ରାୟ ୪୦ରୁ ଉଦ୍ଧ୍ୱର୍ ଗ୍ରାମର ଜନସାଧାରଣ ଚିକିତ୍ସା ସକାଶେ ନିର୍ଭର କରି ଆସୁଥିବା ବେଳେ ବର୍ତମାନ ପରିସ୍ଥିତରେ ଲୋକଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉନଥିବା ଅଭିଯୋଗ ହେଉଛି । ସଂକ୍ରମଣକୁ ରୋକିବା ପାଇଁ ଅଂଚଳର ସମସ୍ତ ଘରୋଇ କ୍ଳିନିକ ଗୁଡ଼ିକୁ ବନ୍ଦ କରିବା ପାଇଁ ପ୍ରଶାସନ ପକ୍ଷରୁ ନିଦେ୍ର୍ଧଶ କରାଯାଇଛି । ସ୍ଥାନୀୟ ଉପକଣ୍ଡ ଚିକିତ୍ସାଳୟରେ ବର୍ତମାନ କେବଳ ଜରୁରୀ କାଳୀନ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥିବା ଯୋଗୁଁ ଅନ୍ୟାନ ରୋଗର ଚିକିତ୍ସା ସକାଶେ ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବର୍ତମାନ ଗ୍ରୀଷ୍ମଋତୁ ପରେ ବର୍ଷାଋତୁର ଆଗମନ ହୋଇଛି । ମୌସୁମୀ ମଧ୍ୟ ପ୍ରବେଶ କରି ସାରିଲାଣି । ଏଭଳି ପରିସ୍ଥିତିରେ ସାମାନ୍ୟ ଜ୍ୱର, ଥଣ୍ଡା, କାଶ ହେବା ସ୍ୱାଭାବିକ ।କରୋନା ଭୁତାଣୁ ସଂକ୍ରମଣର ପ୍ରଥମ ଲକ୍ଷଣ ଜ୍ୱର, ଥଣ୍ଡା, କାଶ ରହିଥିବାରୁ ଲୋକେ ଏଭଳି ପରିସ୍ଥିତିରେ ଆତଙ୍କିତ ହୋଇ ପଡ଼ୁଛନ୍ତି । ଏଭଳି ସମୟରେ ଗ୍ରାମାଂଚଳର ବିଭିନ୍ନ ଔଷଧ ଦୋକାନୀ ଓ କ୍ୱାକ୍ ମାନେ ଚିକିତ୍ସକ ପାଲଟିଛନ୍ତି । ବିଭିନ୍ନ ଔଷଧ ଦୋକାନୀ ମାଲିକ ଅନଭିଜ୍ଞ ଥାଇ ମଧ୍ୟ ଅନ୍ୟ କୌଣସି ବ୍ୟକ୍ତିଙ୍କ ଫାମାର୍ସୀ ଲାଇସେନ୍ସରେ ଦୋକାନ ପଞ୍ଜିକରଣ କରାଇ ଦୋକାନ ଚଲାଉଥିବାର ନଜିର ରହିଛି । ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ କେବଳ ଜରୁରୀ କାଳୀନ ଚିକିତ୍ସା ସେବା ଯୋଗାଇ ଦିଆଯାଉଥିବା ଯୋଗୁଁ ଲୋକ ମାନେ ମଧ୍ୟ ଔଷଧ ଦେକାନୀଙ୍କୁ ରୋଗ ସମ୍ପର୍କରେ କହି ଭୋକ ବିକଳରେ ତାଟିଆ କାମୁଡ଼ିବା ନ୍ୟାୟରେ ଉପଯୁକ୍ତ ଚିକିତ୍ସା ନପାଇ ଔଷଧ ଦୋକାନୀ ଯେଉଁ ଔଷଧ ଦିଅନ୍ତି ତାହା ସେବନ କରିଥାନ୍ତି । ଅନ୍ୟପକ୍ଷରେ ସ୍ଥାନୀୟ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ କ୍ୱାକ୍ ମାନେ ନିଜକୁ ଡ଼ାକ୍ତର ବୋଲାଇ ନିକଟସ୍ଥ ଔଷଧ ଦୋକାନ ମାଲିକଙ୍କୁ ହାତ ବାରିସି କରି ଅତ୍ୟଧିକ ଲାଭ ରହୁଥିବା ଔଷଧ ଲେଖୁଥିବାର ଅଭିଯୋଗ ହେଉଛି । ବହୁ ସମୟରେ ନିରିହ ଜନସାଧାରଣ କ୍ୱାକ୍ ମାନଙ୍କ ଠାରୁ ଶୋଷଣର ଶୀକାର ହେବା ସହ ମୃତ୍ୟୁ ମଧ୍ୟ ଘଟୁଥିବାର ନଜିର ରହିଛି । ଲାଭ ଆଶାରେ ଗ୍ରାମାଂଚଳର ବହୁ ଔଷଧ ଦୋକାନୀ ରୋଗୀ ମାନଙ୍କ ଠିକଣା ଲିପିବଦ୍ଧ କରୁନଥିବା ଜଣାପଡ଼ିଛି । ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଦୃଷ୍ଟି ପ୍ରଦାନ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।

Advertisement