Wednesday, October 7, 2026
ADVERTISEMENT
Home ଆଞ୍ଚଳିକ ଗଜପତି ଜିଲ୍ଲାରେ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି !

ଗଜପତି ଜିଲ୍ଲାରେ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି !

374
ADVERTISEMENT

ପାରଳାଖେମୁଣ୍ଡି ୮/୭( ପ୍ରଭାତ କୁମାର ପାତ୍ର) : ଜିଲ୍ଲାରେ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ତଥ୍ୟ ଲୁଚାଇବା ହେଉଛି କାଳ। ଫଳରେ ଗୋଷ୍ଠୀ ସଂକ୍ରମଣର ରୂପ ନେଇଛି କରୋନା। ଯାହା ଗତକାଲି ଆସିଥିବା ତଥ୍ୟକୁ ଦେଖିଲେ ସ୍ପଷ୍ଟ ବାରି ହେଉଛି। ସର୍ଭେ ମାଧ୍ୟମରେ ୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ୯ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି। ଏପରିକି ବିଭିନ୍ନ ସ୍ଥାନରେ କୋଭିଡ ନିୟନ୍ତ୍ରଣ ପାଇଁ ନିୟୋଜିତ ହୋଇଥିବା ୨୨ ଜଣ କର୍ମଚାରୀ ମଧ୍ୟ ସଂକ୍ରମିତ ହୋଇଛନ୍ତି। ଯାହା ଜିଲ୍ଲା ନିମନ୍ତେ ବିପଦ ସଂକେତ ସୃଷ୍ଟି କରିଛି। ସହରର ବିଭିନ୍ନ ସ୍ଥାନରୁ ଚିହ୍ନଟ ହୋଇଥିବା ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୯ଟି ସାହିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। କଣ୍ଡ୍ରାସାହି, ନଡ଼ିଆ ତୋଟା ସାହି, ବାଳିକା ବିଦ୍ୟାଳୟ ସାହି, ସୁବାସ ନଗର, ଇନ୍ଦିରା ନଗର, ଧୋବା ସାହି, ମାଟିଆ ସାହି, ଭଣ୍ଡାରୀ ସାହିକୁ ତିନି ଦିନ ୮.୭.୨୦ ରୁ ୧୧.୭.୨୦ ତାରିଖ ପର୍ଯ୍ୟନ୍ତ ସିଲ୍ କରିଛି ପ୍ରଶାସନ। ଏହିସବୁ ସ୍ଥାନରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଇବା ସହ ସମସ୍ତ ଦାୟିତ୍ବ ନେବାକୁ ବିଭିନ୍ନ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। କରୋନା ଭୟାବହକୁ ଗୁରୁତ୍ବ ଦେଇ ପ୍ରଶାସନ ଏହାର ସଂକ୍ରମଣ ରୋକିବାକୁ ସମସ୍ତ ଉଦ୍ୟମ ଜାରି ରଖିଛନ୍ତି। ଛୋଟିଆ ଜିଲ୍ଲା ହୋଇଥିବା ସତ୍ତ୍ବେ ମାତ୍ର କିଛି ଦିନ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୫୧୬ ରେ ପହଞ୍ଚିଛି। ତେବେ ଏହା ରୋକିବା ଦିଗରେ ପ୍ରଶାସନର ସମସ୍ତ କାର୍ଯ୍ୟକ୍ରମରେ ଜନ ସାଧାରଣ ପୂର୍ଣ୍ଣ ସହଯୋଗ କରିବା ଜରୁରୀ ହୋଇପଡିଛି।

Advertisement