Wednesday, November 11, 2026
ADVERTISEMENT
Home ଆଞ୍ଚଳିକ ଵ୍ରହ୍ମପୁର ସହର ୯ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ସଟ୍ ଡାଉନ ରହିବ

ଵ୍ରହ୍ମପୁର ସହର ୯ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ସଟ୍ ଡାଉନ ରହିବ

229
ADVERTISEMENT

ଵ୍ରହ୍ମପୁର, ୭/୭ ( ଗୁରୁପ୍ରସାଦ ପଟନାୟକ ): ଗଞ୍ଜାମ ଜିଲ୍ଲାରେ ୮ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ସମସ୍ତ NAC ଓ ବ୍ଲକ ହେଡ କ୍ୱାର୍ଟେର ସଟ୍ ଡାଉନ ଏବଂ ଵ୍ରହ୍ମପୁର ସହରରେ ୯ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ସଟ୍ ଡାଉନ ରହିବ ଗଞ୍ଜାମ ଜିଲାର ସହରାଞ୍ଚଳକୁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ। ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ଯେ ବ୍ରହ୍ମପୁର ମହାନଗର ନିଗମ ସମେତ ଗଞ୍ଜାମ ଜିଲାର ସମସ୍ତ ସହରାଞ୍ଚଳ ସଟ୍‌ଡାଉନ୍‌ ରହିବ। ଏହି ଜିଲାର ହିଞ୍ଜିଳିକାଟୁ ମ୍ୟୁନିସ୍‌ପାଲିଟି ଏବଂ ସମସ୍ତ ଏନ୍‌ଏସି ଅଞ୍ଚଳ ସଟ୍‌ଡାଉନ୍‌ କରାଯିବ। ସମସ୍ତ ସହରାଞ୍ଚଳ ସହିତ ୫ଟି ବ୍ଲକ ଯଥା ଜଗନ୍ନାଥ ପ୍ରସାଦ, ସାନଖେମୁଣ୍ଡି, ଧରାକୋଟ, ପାତ୍ରପୁର ଓ ଶେରଗଡ଼ ବ୍ଲକର ମୁଖ୍ୟାଳୟଗୁଡ଼ିକ ମଧ୍ୟ ସଟ୍‌ଡାଉନ୍‌ ରହିବ। ସଟ୍‌ଡାଉନ୍‌ ସମୟରେ କରୋନା ଲକ୍ଷଣ ଚିହ୍ନଟ ପାଇଁ ସ୍ବାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ସର୍ଭେ କରିବେ। ତେବେ ସଟ୍‌ଡାଉନ୍‌ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ, କୃଷି ଓ ସ୍ବାସ୍ଥ୍ୟସେବା ଚାଲୁରହିବ ବୋଲି ଗଞ୍ଜାମ ଜିଲାପାଳ କହିଛନ୍ତି।

Advertisement