ADVERTISEMENT
Home ଆଞ୍ଚଳିକ କରୋନା ସ୍ଥିତି ସଙ୍ଗିନ ହୋଇପଡିଥିବା ଯୋଗୁଁ ଗଜପତି ଜିଲ୍ଲାରେ ସପ୍ତାହ’କୁ ୨ ଦିନ ସଟଡାଉନ

କରୋନା ସ୍ଥିତି ସଙ୍ଗିନ ହୋଇପଡିଥିବା ଯୋଗୁଁ ଗଜପତି ଜିଲ୍ଲାରେ ସପ୍ତାହ’କୁ ୨ ଦିନ ସଟଡାଉନ

246
ADVERTISEMENT

ପାରଳାଖେମୁଣ୍ଡି ,୫/୭(ପ୍ରଭାତ କୁମାର ପାତ୍ର): କରୋନା ସ୍ଥିତି ସଙ୍ଗିନ ହୋଇପଡିଥିବା ଯୋଗୁଁ ଗଜପତି ଜିଲ୍ଲାରେ ସପ୍ତାହ’କୁ ୨ ଦିନ ସଟଡାଉନ ଗଜପତି ଜିଲ୍ଲାରେ କରୋନା ସ୍ଥିତି ସଙ୍ଗିନ ହୋଇପଡିଛି । ଜିଲ୍ଲା’ରେ କରୋନା ସଂକ୍ରମିତ’ଙ୍କ ସଂଖ୍ୟା ଦିନକୁ ଦିନ ଆଶାତୀତ ଭାବେ ବଢ଼ିବାରେ ଲାଗିଛି । ଏମିତି’କି କରୋନା ଯୋଦ୍ଧା ମାନେ ସଂକ୍ରମିତ ମାନଙ୍କ ସେବା କରି ନିଜେ ସେଥିରେ ଆକ୍ରାନ୍ତ ହୋଇପଡିଛନ୍ତି । ଏସବୁକୁ ଦୃଷ୍ଟି ଆଗରେ ରଖି ଏବଂ ଏହାକୁ ନିୟନ୍ତ୍ରଣ’ରେ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାବ୍ୟାପୀ ସପ୍ତାହକୁ ଦୁଇଦିନ ଅର୍ଥାତ ପ୍ରତି ଶନିବାର ଓ ରବିବାର ଦିନ’କୁ ସଟଡାଉନ ଘୋଷଣା କରିଛନ୍ତି ଏବଂ ଏହି ସଟଡାଉନ କଟକଣା ଚଳିତ ମାସ ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଗଜପତି ଜିଲ୍ଲାପାଳ ଅନୁପମ ଶାହା କୁହାଯାଇଛି ।
ସଟଡାଉନ କଟକଣା ଗଜପତି ଜିଲ୍ଲାରେ ସମ୍ପୂର୍ଣ୍ଣ ଭାବେ କଡାକଡି କରାଯାଇଛି ।
ଏହି ଦୁଇ ଦିନିଆ ସତଡାଉନ’ରେ ମୁଖ୍ୟତଃ ଭାବେ ଗ୍ୟାସ ବିତରଣ , ଦୁଗ୍ଧ ବିକ୍ରି ସହ ଔଷଧ ଦୋକାନ ଖୋଲା ରହିଥିବା ବେଳେ ଅନ୍ୟସବୁ ଦୋକାନ ବଜାର , ଓ ଯାନବାହନ ଚଳାଚଳ ବନ୍ଦପାଇଁ କଟକଣା ଲଗାଯାଇଛି ।

Advertisement