Wednesday, November 11, 2026
ADVERTISEMENT
Home ଆଞ୍ଚଳିକ କୋଭିଡ କଟଗଣାକୁ ଫୁ : ବିନା ମାସ୍କରେ ନାଚରେ ମାତିଲେ ବରଯାତ୍ରୀ

କୋଭିଡ କଟଗଣାକୁ ଫୁ : ବିନା ମାସ୍କରେ ନାଚରେ ମାତିଲେ ବରଯାତ୍ରୀ

229
ADVERTISEMENT

ବ୍ରହ୍ମପୁର,୪/୭ (ବିଶ୍ୱରଞ୍ଜନ) : ଗଞ୍ଜାମରେ କୋଭିଡ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ ପ୍ରଶାସନ ନିରବ l ଵ୍ରହ୍ମପୁର ସହରର ଏକ ବଡ଼ ହୋଟେଲ ମାଲିକଙ୍କ ପୁଅର ବାହାଘର ଦୁଇ ଦିନ ପୁର୍ବେ ଗୋପାଳପୁର ରେ ଥିବା ଏକ ପଞ୍ଚତାରକା ହୋଟେଲରେ ହୋଇଥିଲା । ଏଥିରେ ଶହ ଶହ ଅତିଥି ଯୋଗ ଦେବା ସହ ୩ ବର୍ଷରୁ ଆରମ୍ଭ କରି ୭0 ବର୍ଷ ପର୍ଯ୍ୟନ୍ତ ଲୋକେ ଯୋଗ ଦେଇଥିଲେ । ପ୍ରଶାସନର ସମସ୍ତ ନିୟମକୁ ଫୁ କରି ଏହି ବିବାହ କାର୍ୟ୍ଯ ଅତି ସୁରୁଖୁରୁରେ ଆଡମ୍ବର ପୂର୍ଣ୍ଣ ଭାବେ ସରିଥିଲା । ଏହାକୁ କେହି ବି ବାରଣ କରି ନଥିଲେ । ଜିଲ୍ଲାରେ ଦିନକୁ ପାଖାପାଖି ୩ ଶହ ପୋଜିଟିଭ ବାହାରୁଥିବା ବେଳେ ମହାଶୟଙ୍କ ପରିବାର ଲୋକେ କିପରି ଏହା କଲେ ତାହା ସହରବାସୀ ଏବଂ ଜିଲ୍ଲାବାସୀଙ୍କୁ ଘାଇଲା କରିଛି । ପ୍ରଶାସନ କଣ ପଦକ୍ଷେପ ନେଉଛି ତାହାକୁ ସମସ୍ତଙ୍କ ଅପେକ୍ଷା । ଏତେ ବଡ଼ ମହାମାରୀ ସମୟରେ ବିବାହ କାର୍ୟ୍ଯ କରିବା କଣ ନିହାତି ଜରୁରୀ । ତାରିଖ ବଦଳାଇ ଅନ୍ୟ ଦିନରେ ବିବାହ କରିଥିଲେ କଣ ଅସୁବିଧା ହୋଇଥାନ୍ତା । ଏହିପରି ଅନେକ ପ୍ରଶ୍ନ ଏବେ ଉଠିଛି । ଏହି ବିବାହ ସହରର ଅନ୍ୟ ଲୋକଙ୍କ ପାଇଁ ଅସୁବିଧା ସୃଷ୍ଟି କରିବନି ତ ?

Advertisement