Thursday, November 12, 2026
ADVERTISEMENT
Home ଆଞ୍ଚଳିକ ଖଇରା ଗାନ୍ଧୀ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ୧୧୦ତମ ଜୟନ୍ତୀ ପାଳିତ

ଖଇରା ଗାନ୍ଧୀ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ୧୧୦ତମ ଜୟନ୍ତୀ ପାଳିତ

327
ADVERTISEMENT

ବାଲେଶ୍ବର,୨୫/୬,(ନରେନ୍ଦ୍ର ପ୍ରସାଦ ବେହେରା): ବାଲେଶ୍ବର ଜିଲ୍ଲା ଖଇରା ଗାନ୍ଧୀ ସ୍ବର୍ଗତ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ଖଇରା ବଜାର ସ୍ଥିତ ପୁତ୍ର ଗଗନ ବିହାରୀ ପଣ୍ଡାଙ୍କ ବାସଭବନରେ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ପଣ୍ଡିତ କୃଷ୍ଣ ଚନ୍ଦ୍ର ପତ୍ରୀ ପୌରହିତ୍ଯ କରିଥିବା ବେଳେ ଗୋବିନ୍ଦ ପଣ୍ଡା ସ୍ମୃତି କମିଟିର ସମ୍ପାଦକ ପ୍ରଫେସର ଉମେଶ ଚନ୍ଦ୍ର ନାୟକ, ମାୟାଧର ନାୟକ, ଚିନ୍ତାମଣି ସାହାଣୀ, ବୁଦ୍ଧିରାମ ପାଣିଗ୍ରାହୀ, ଦେବେନ୍ଦ୍ର କୁମାର ରାଉତ,ଆବାହକ ଅଭିରାମ ମହାପାତ୍ର, ଗଗନ ବିହାରୀ ପଣ୍ଡା, ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା, ବିଭୁତି ଭୂଷଣ ତ୍ରିପାଠୀ, ଅଲେଖ ଚନ୍ଦ୍ର ନାୟକ ଓ ମଧୁସୂଦନ ରାଉଳ ପ୍ରମୁଖ ଉପସ୍ଥିତ ହୋଇ ପରିସ୍କାର, ପରିଛନ୍ନତା(ପରିମଳ କାର୍ଯ୍ୟ), ପାଇଖାନ ବ୍ଯବହାରରେ ଗୁରୁତ୍ୱ, ବୃକ୍ଷ ରୋପଣ, ଆତ୍ମନିର୍ଭରଶୀଳତା,ଗ୍ରାମର ବିକାଶ, ସମାଜସେବା,ଅରଟରେ ସୂତାକଟା, ଗାନ୍ଧୀଙ୍କ ଆଦର୍ଶ ଚରିତ୍ରର ବିଶେଷ୍ଯ,ଯାତ୍ରା କଳାକାର, ଭାରତ ସେବକ ସମାଜର ସ୍ବାଭିମାନୀ ସଭ୍ଯ ଆଦି ଶ୍ରୀ ପଣ୍ଡାଙ ଗୁଣାବଳୀ ଉପରେ ଆଲୋକପାତ କରିଥିଲେ । ପଣ୍ଡିତ ବୁଦ୍ଧି ରାମ ପାଣିଗ୍ରାହୀଙ୍କ ଦ୍ବାରା ଗୀତା ଓ ଭାଗବତ ପାଠ ପୂର୍ବକ ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଛି । ଶେଷରେ ଆବାହକ ଅଭିରାମ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement