Friday, September 25, 2026
ADVERTISEMENT
Home ଆଞ୍ଚଳିକ ମହାପ୍ରଭୁ ଜଗନ୍ନାଥ ଆମ ସମସ୍ତଙ୍କ ଉପରେ ଆଶୀର୍ବାଦ ବର୍ଷା କରନ୍ତୁ ଓ ଦେଶକୁ ଖୁବଶୀଘ୍ର କରୋନା...

ମହାପ୍ରଭୁ ଜଗନ୍ନାଥ ଆମ ସମସ୍ତଙ୍କ ଉପରେ ଆଶୀର୍ବାଦ ବର୍ଷା କରନ୍ତୁ ଓ ଦେଶକୁ ଖୁବଶୀଘ୍ର କରୋନା ମହାମାରୀ କବଳରୁ ରକ୍ଷା କରନ୍ତୁ :ଅମିତ ଶାହ

926
ADVERTISEMENT

ନୂଆଦିଲ୍ଲୀ : ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହ ପବିତ୍ର ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ଵିଟ ଜରିଆରେ କହିଛନ୍ତି, “ମୁଁ ରଥଯାତ୍ରାର ପବିତ୍ର ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି । ମହାପ୍ରଭୁ ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ, ଖୁସି ଓ ସମୃଦ୍ଧି ପ୍ରଦାନ କରନ୍ତୁ । ମହାପ୍ରଭୁ ଆମ ସମସ୍ତଙ୍କ ଉପରେ ତାଙ୍କ ଆଶୀର୍ବାଦ ବର୍ଷା କରନ୍ତୁ ଓ ଖୁବଶୀଘ୍ର ଦେଶକୁ କାରୋନା ମହାମାରୀ କବଳରୁ ମୁକ୍ତ କରନ୍ତୁ । ଜୟ ଜଗନ୍ନାଥ । ”

ଗତ କାଲି ଶ୍ରୀ ଅମିତ ଶାହ ମାନ୍ୟବର ସୁପ୍ରିମ କୋର୍ଟ ପୁରୀ ରଥ ଯାତ୍ରା ସଂପର୍କରେ ଦେଇଥିବା ରାୟକୁ ସ୍ୱାଗତ କରି ନିଜର ପ୍ରତିକ୍ରିୟାରେ କହିଥିଲେ, “ ଆଜି ଆମ ସମସ୍ତଙ୍କ ପାଇଁ ଏକ ବିଶେଷ ଦିନ, ବିଶେଷ କରି ଓଡ଼ିଆ ଭଉଣୀ ଓ ଭାଇମାନଙ୍କ ପାଇଁ ତଥା ମହାପ୍ରଭୁ ଶ୍ରୀ ଜଗନ୍ନାଥ ଜୀଙ୍କ ଭକ୍ତଗଣଙ୍କ ସକାଶେ ଏହା ଅତି ମହତ୍ତ୍ୱପୂର୍ଣ୍ଣ ଦିବସ । ସମଗ୍ର ଦେଶ ମାନ୍ୟବର ସୁପ୍ରିମ କୋର୍ଟ ରଥ ଯାତ୍ରା ଅନୁଷ୍ଠିତ ହେବା ପାଇଁ ଦେଇଥିବା ନିଷ୍ପତ୍ତିରେ ଉଲ୍ଲସିତ ।

ଏହା ମୋତେ ତଥା ଭାରତର କୋଟି କୋଟି ଭକ୍ତଙ୍କୁ ଖୁସି କରିଛି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେବଳ ଭକ୍ତମାନଙ୍କ ଭାବାବେଗକୁ ହୃଦୟଙ୍ଗମ କରି ନାହାନ୍ତି ଅପରନ୍ତୁ ଏହି ମହାନ ପରମ୍ପରା ସହ ଜଡ଼ିତ ଆମର ଦେଶରେ କିଭଳି ଭାବେ ରଥ ଯାତ୍ରା ସଂପାଦିତ ହେବ ସେ ସଂପର୍କରେ ମଧ୍ୟ ଆଲୋଚନାକୁ ସୁନିଶ୍ଚିତ କରିଥିଲେ ।”

Advertisement