Wednesday, November 11, 2026
ADVERTISEMENT
Home ଆଞ୍ଚଳିକ ସଟଡାଉନରେ ସମଗ୍ର ବ୍ରହ୍ମପୁର ଖାଁ ଖାଁ

ସଟଡାଉନରେ ସମଗ୍ର ବ୍ରହ୍ମପୁର ଖାଁ ଖାଁ

324
ADVERTISEMENT

ବ୍ରହ୍ମପୁର ୧୩/୦୬(ଗୁରୁ ପ୍ରସାଦ ପଟ୍ଟନାୟକ): ଆଜି ହେଉଛି ସଟଡାଉନ୍ ର ଦ୍ୱିତୀୟ ପର୍ୟ୍ୟାୟ । ଏଥିପାଇଁ ବ୍ରହ୍ମପୁର ପୋଲିସ ପକ୍ଷରୁ କଡାକଡି ଯାଞ୍ଚ୍ କରାଯାଉଛି । କୌଣସି ଗୁରୁତ୍ୱ ପୂର୍ଣ୍ଣ କାମ ନଥିଲେ ଘରୁ ବାହାରକୁ ବାହାରିବା ପାଇଁ ମନା କରାଯାଇଛି ।

ଏଥିଯୋଗୁଁ ବ୍ରହ୍ମପୁରରେ ମ୍ୟୁନିସିପାଲଟି ଅଧିକାରୀ ବୁଲି ବୁଲି ଏହାର ତଦାରଖ କରୁଛନ୍ତି । ସପ୍ତାହର ୨ଦିନ ସଟ ଡାଉନ୍ ହେଉଥିବା ବେଳେ ଦ୍ୱିତୀୟ ପର୍ୟ୍ୟାୟରେ ସାମାନ୍ୟ କୋହଳ କରାଯାଇଛି ।

ଜାତୀୟ ରାଜପଥ କଡ଼ରେ ଢ଼ାବା ଗୁଡ଼ିକୁ ବାଦ୍ ଦିଆଯାଇଛି ଓ ରାତ୍ର କାଳୀନ କର୍ଫ୍ୟୁ ରୁ ମଧ୍ୟ ଜାତୀୟ ରାଜପଥ ପାର୍ଶ୍ବରେ ଥିବା ଢ଼ାବା ଗୁଡ଼ିକୁ ବାଦ୍ ଦିଆଯାଇଛି । କେବଳ ପାର୍ଶଲ୍ ନିଆଯାଇପାରିବ ଏବଂ ରଜ ପାଳନ ନ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

Advertisement