ବିଧାୟକ ଚକ୍ରମଣି କହଁରଙ୍କ ଦ୍ୱାରା ମଧୁବାବୁ ପେନସନ ବଣ୍ଟନ ;

656
ADVERTISEMENT

ବାଲିଗୁଡା,୯/୭(ଡି.ଏଚ.ବି): ବାଲିଗୁଡା ଠାରେ ବିଧାୟକ ଚକ୍ରମଣି କହଁରଙ୍କ ଦ୍ୱାରା ମଧୁବାବୁ ପେନସନ ବଣ୍ଟନ ଏହି ବଣ୍ଟନ ବାଲିଗୁଡା ବ୍ଲକ ଅଫିସ ସଭାଗୃହଠାରେ ଦିଆଯାଇଥିଲା । ଏହି ବଣ୍ଟନ ସମୟରେ ବାଲିଗୁଡା ବ୍ଲକ ଅନ୍ତର୍ଗତ ଥିବା ସମସ୍ତ ପଞ୍ଚାୟତର ୨୬୪ ଜଣକୁ ଭତା ବଣ୍ଟନ କରାଯାଇଥିଲା । ତାହା ସହ ନିଜ ଗ୍ରାମରେ କେହି ଭତା ନ ପାଇ ରହିଯାଇଛନ୍ତି ତାହାହେଲେ ସେମାନଙ୍କୁ ଦିଆଯିବ, ଏହା ସହ ଘଡଘଡି, ସାପ କାମୁଡ଼ା, ପାଣିରେ ବୁଡି ମରିଯାଇଥାନ୍ତି ତାହା ହେଲେ ସେମାନଙ୍କୁ ପୋଷ୍ଟ ମର୍ଟମ କରାଗଲେ ଚାରିଲକ୍ଷ ଟଙ୍କାର ସରକାର ତରଫରୁ ସହାୟତା ଦିଆଯିବ ବୋଲି ଲୋକଙ୍କୁ କୁହାଯାଇଥିଲା । ଏହି ଶିବିରରେ ବିଧାୟକଙ୍କ ସମେତ ବାଲିଗୁଡା ବ୍ଲକ ଅଧକ୍ଷ ପ୍ରୋମଦ ମଳିକ, ବାଲିଗୁଡା ବିଡ଼ିଓ ନରେଶ ଚନ୍ଦ୍ର ଶବର ଉପସ୍ଥିତ ରହି ବଣ୍ଟନ କରିଥିଲେ ।

Advertisement