ହେରା ପଞ୍ଚମୀର ବିଧାନ ଦର୍ଶନ ପାଇଁ ବିପୁଳ ଜନସମାଗମ :

275
dig
ADVERTISEMENT

ହିଂଜିଳିକାଟୁ, ୯/୭ (ଶେଷଦେବ ସାହୁ): ରଥଯାତ୍ରାର ଷଷ୍ଠ ଦିବସରେ ଆଜି ହେରା ପଞ୍ଚମୀର ନାଟକୀୟ ବିଧାନ ଦର୍ଶନ ପାଇଁ ସ୍ଥାନୀୟ ଆଡପ ମଣ୍ଡପ ପରିସରରେ ବିପୁଳ ଜନସମାଗମ ହୋଇଥିଲା । ଶ୍ରୀଜଗନ୍ନାଥ ମହାପ୍ରଭୁ , ଅଗ୍ରଜ ଭ୍ରାତା ଓ ଭଗ୍ନି ଦେବୀ ସୁଭଦ୍ରାଙ୍କ ସହ ସ୍ୱତନ୍ତ୍ରଳ ବେଶରେ ସଜ୍ଜିତ ହୋଇଥିଲେ । ସୋମବାର ଦିନ ଦୁର୍ଲଭ ନୃସିଂହ ବେଶ ସାଙ୍ଗକୁ ସପ୍ତ ଆଳତି ଓ ୧୦୮ ଆଳତି ଦର୍ଶନ ପାଇଁ ପ୍ରବଳ ଭିଡ଼ ହୋଇଥିଲା । ଶ୍ରୀଜଗନ୍ନାଥ ସଂସ୍କୃତି ଓ ରୀତିନୀତି ଅନୁସାରେ ପାବନ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରରେ ଅବସ୍ଥାନ କରୁଥିବା ମାତା ଲକ୍ଷ୍ମୀ ରାତି ଆଠଟା ବେଳକୁ ଷଡ଼ଚକ୍ର ଯାନ ରଥାରୂଢ ହୋଇ ବିଭିନ୍ନ ବାଦ୍ୟ ବାଜଣା ଓ ପଟୁଆରରେ ଆଡ଼ପ ମଣ୍ଡପକୁ ଆସିଥିଲେ । ସେଠାରେ ମହାପ୍ରଭୁଙ୍କ ଆଞାମାଳ ପାଇବା ପରେ ଟେରାବାଡ଼ ଦ୍ୱାରା ଦେଢଶୁର ବଳଭଦ୍ରଙ୍କୁ ଆଢୁଆଳରେ ରହି ମହାପ୍ରଭୁଙ୍କ ସହ ବଚନିକା ମାଧ୍ୟମରେ ଝଗଡ଼ା କରିଥିଲେ । ମନ୍ଦିରର ମୁଖ୍ୟ ପୂଜକ ପଣ୍ଡିତ କୃଷ୍ଣ ଚନ୍ଦ୍ର ପଣ୍ଡା ସ୍ୱରଚିତ ବଚନିକା ପାଠ କରିଥିଲେ । ଅଭିମାନିନୀ ପତ୍ନୀ ମହାଲକ୍ଷ୍ମୀଙ୍କୁ, ଶ୍ରୀଜଗନ୍ନାଥ ପ୍ରବୋଧନା ଦେଇ ଆଉ ମାତ୍ର ୪ ଦିନ ପରେ ସେ, ଶ୍ରୀମନ୍ଦିରକୁ ବାହୁଡ଼ାଯାତ୍ରା କରିବେ ବୋଲି ସୂଚନା ଦେଇଥିଲେ । ବଡ଼ଭାଇଙ୍କ ସହ ସେ ଜନ୍ମବେଦୀକୁ ଆସିଥିବାରୁ ଦେଢଶୁର ସହ ଲକ୍ଷ୍ମୀ ଆସିବା ବାରଣ ଥିବାରୁ ସେ ସୁଭଦ୍ରା ଭଉଣୀଙ୍କୁ ନେଇ ଆସିଛନ୍ତି । ତେଣୁ ରୋଷ ତ୍ୟାଗ କରି ସ୍ୱମନ୍ଦିରକୁ ମହାଲକ୍ଷ୍ମୀ ଭକ୍ତ ମାନଙ୍କ ଗହଣରେ ପ୍ରତ୍ରାବର୍ତନ କରନ୍ତୁ ବୋଲି ଆଶ୍ୱାସନା ଦେଇଥିଲେ । ଶ୍ରୀଜଗନ୍ନାଥଙ୍କ ଏ ସ୍ୱଷ୍ଟିକରଣରେ ମହାଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଗଲାବେଳେ ନନ୍ଦିଘୋଷ ରଥ ନିକଟକୁ ଯାଇ ଏହାର ଏକ ଅଂଶ ଭଗ୍ନକରି ସନ୍ତକ ସ୍ୱରୁପ ନିଜର ବହୁମୂଲ୍ୟ ନାକଚଣାକୁ ରଥ ନିକଟରେ ପକାଇ ଦେଇ ଫେରି ଯାଇଥିଲେ । ପରେ ବିଜେ ପ୍ରତିମା ଶ୍ରୀ ମଦନମୋହନ ନାକଚଣାକୁ ଉଦ୍ଧାର କରି ନେଇ ଆସିଥିଲେ । ପ୍ରବଳ ଭିଡ଼ ସତ୍ୱେ ମନ୍ଦିର ପ୍ରଶାସନସେବା, ଗୁଣ୍ଡିଚା ମଣ୍ଡପ କମିଟି, ରଥଯାତ୍ରା କମିଟି, ସ୍ୱେଛାସେବକ ଓ ପୋଲିସ ପ୍ରଶାସନଙ୍କ ସହଯୋଗରେ ଏହି ଉତ୍ସବ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଥିଲା ।

Advertisement