Friday, November 20, 2026
ADVERTISEMENT
Home ଆଞ୍ଚଳିକ ସରକାରଙ୍କ ନିର୍ଦ୍ଦେଶନାମା ପ୍ରକାରେ ବାହାର ରାଜ୍ୟରେ ରହୁଥିବା ଥିବା ଶ୍ରମିକ ମାନଙ୍କ ନାମ ପଞ୍ଜିକରଣ ଆରମ୍ଭ

ସରକାରଙ୍କ ନିର୍ଦ୍ଦେଶନାମା ପ୍ରକାରେ ବାହାର ରାଜ୍ୟରେ ରହୁଥିବା ଥିବା ଶ୍ରମିକ ମାନଙ୍କ ନାମ ପଞ୍ଜିକରଣ ଆରମ୍ଭ

342
ADVERTISEMENT

ପାରଳାଖେମୁଣ୍ଡି,୨୮।୪(ପ୍ରଭାତ କୁମାର ପାତ୍ର) : ସରକାରଙ୍କ ନିର୍ଦ୍ଦେଶ ନାମା ପ୍ରକାରେ , ଯେଉଁ ଶ୍ରମିକ ମାନେ ବାହାର ରାଜ୍ୟକୁ କାମ କରିବା ପାଇଁ ଯାଇଥିଲେ ଏବଂ ଲକଡାଉନ ଯୋଗୁଁ ନିଜଗ୍ରାମକୁ ଆସି ପାରୁ ନାହାନ୍ତି , ସେମାନେ ଲାକଡାଉନ ଅବଧି ଶେଷ ହେବା ପ୍ରକାରେ ଫେରି ପାରିବେ , ସେଥିପାଇଁ ନାମ ପଞ୍ଜିକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଛି ।
ଗଜପତି ଜିଲ୍ଲା କାଶୀନାଗର ବ୍ଲକ ଅନ୍ତର୍ଗତ ଖାରଡା ପଞ୍ଚାୟତରେ ଏଭଳି ଶ୍ରମିକ ମାନଙ୍କ ନାମ ପଞ୍ଜିକରଣ କାର୍ଯ୍ୟକ୍ରମ ଜୋରସୋର’ରେ ଚାଲିଛି ।
ଅଙ୍ଗନବାଡି କର୍ମୀ ମାନେ ପ୍ରତ୍ୟେକ ଘରକୁ ଘର ଯାଇ ସେମାନଙ୍କ ପରିବାର’ର କିଏ ବାହାର ରାଜ୍ୟରେ ଅଛନ୍ତି କି , ଯଦି ଆସିବେ ତେବେ କେତେ ଜଣ ବୋଲି ସେମାନଙ୍କ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରି ବିଭିନ୍ନ କଥା ବୁଝାଉଛନ୍ତି । ଏ ସମ୍ପର୍କରେ ଜଣେ ଅଙ୍ଗନବାଡି କର୍ମୀ କୁମାରୀ ସୁଚିସ୍ମିତା , ସେ କିପରି ଓ କଣ ସବୁ ତଥ୍ୟ ସଂଗ୍ରହ କରୁଛନ୍ତି, ତାହା କହିଥିଲେ . ।
ସେହିଭଳି ବାହାର ରାଜ୍ୟରେ ନିଜ ସମ୍ପର୍କୀୟ ମାନେ ଲକଡାଉନ ହେବା ଫଳରେ ରହି ଯାଇଥିବା ଯୋଗୁଁ ଏବଂ ସେମାନେ ଆସିବା ପାଇଁ ନାମ ପଞ୍ଜିକରଣ କରିବାକୁ ଖାରଡା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ତାବଡା , ଖାରଡ଼ା ଓ ନୂଆଗାଁ ପ୍ରଭୃତି ଗ୍ରାମର ଲୋକେ ମୁହଁ’ରେ ମାସ୍କ ପିନ୍ଧି ଏବଂ ସାମାଜିକ ଦୂରତା ରକ୍ଷା କରି ଲମ୍ବା ଲାଇନ ଲଗାଇଥିଲେ । ଏ ସମ୍ପର୍କରେ ନାମ ପଞ୍ଜକରଣ ପାଇଁ ଆସିଥିବା ତାବଡା ଗ୍ରାମର ଜଣେ ଯୁବକ କହିଛନ୍ତି , କିଭଳି ଏବଂ କେଉଁ ପ୍ରକାର ସେ ନାମ ପଞ୍ଜିକରଣ କରୁଛନ୍ତି ।
ଖାରଡ଼ା ସରପଞ୍ଚ ଲୋକେଶ୍ୱର ତୁରିବୁଡି , ବାହାର ରାଜ୍ୟରୁ କେତେ ଲୋକ ଓ କେଉଁ କେଉଁ ଗ୍ରାମରୁ ଆସିବେ ତାହା , ଆସିଥିବା ଲୋକଙ୍କ ଠାରୁ ଆସିବା ଲୋକଙ୍କ ଆଧାର କାର୍ଡ ଓ ଫୋନ ନମ୍ବର ସବୁ ସଂଗ୍ରହ କରିବା ସହ ଲେଖି ନାମ ପଞ୍ଜିକରଣ କରୁଛନ୍ତି ଏବଂ ଏଥିପାଇଁ କଣ ସବୁ ପ୍ରସ୍ତୁତି ହୋଇଛି ତାହା ସରପଞ୍ଚ ଲୋକେଶ୍ୱର ତୁରିବୁଡି କହିଥିଲେ ।
ବାହାର ରାଜ୍ୟରୁ ଆସିବା ଶ୍ରମିକ ମାନଙ୍କ ନିମନ୍ତେ ଗ୍ରାମର ସରକାରୀ ଉଚ୍ଚ ବିଦ୍ୟାଳୟରେ କିଭଳି ସବୁ ଅସ୍ଥାୟୀ ଚିକିତ୍ସ୍ୟ କେନ୍ଦ୍ର’ରେ ବିଭିନ୍ନ ବ୍ୟବସ୍ଥା ସହ ଆଗୁଆ ପ୍ରସ୍ତୁତି କରି ରଖା ଯାଇଛି , ତାହା କହିଥିଲେ ।

Advertisement