Wednesday, November 11, 2026
ADVERTISEMENT
Home ଆଞ୍ଚଳିକ ସହାୟତା ପ୍ରଦାନ ନେଇ ଦାବି ପତ୍ର ପ୍ରଦାନ କଲା ମା’ଶ୍ୟାମଳାଇ ଅଟୋ ମାଲିକ ସଂଘ

ସହାୟତା ପ୍ରଦାନ ନେଇ ଦାବି ପତ୍ର ପ୍ରଦାନ କଲା ମା’ଶ୍ୟାମଳାଇ ଅଟୋ ମାଲିକ ସଂଘ

224
ADVERTISEMENT

ହିଞ୍ଜିଳିକାଟୁ, ୨୭ା୪ (ଶେଷଦେବ ସାହୁ): କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ନେଇ ସରକାର ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ଲକଡ଼ାଉନ ଘୋଷଣା କରିଛନ୍ତି । ଏହା ଯୋଗୁଁ ସ୍ଥାନୀୟ ଅଂଚଳର ଶତାଧିକ ଅଟୋ ଚାଳକ ରୋଜଗାର ହରାଇ ବସିଛନ୍ତି । ସ୍ଥାନୀୟ ପୌରାଂଚଳରେ ଲକଡ଼ାଉନ କଡ଼ାକଡ଼ି ଭାବେ ପାଳନ କରାଯାଉଥିବା ଯୋଗୁଁ ଅଂଚଳରେ ଅଟୋ ଚଳାଚଳ ସମ୍ପୁର୍ଣ୍ଣ ଭାବେ ବନ୍ଦ ରହିଛି । ଅଧିକାଂଶ ଅଟୋ ଚାଳକ ଋଣ ଆଣି ଅଟୋ କିଣି ପରିବାର ପ୍ରତିପୋଷଣ କରୁଥିବା ବେଳେ ବର୍ତ୍ତମାନ ସମୟରେ ପରିବାର ପ୍ରତିପୋଷଣ କରିବା ତ ଦୂରର କଥା ବ୍ୟାଙ୍କରୁ ଆଣିଥିବା ଋଣ ବାବଦକୁ କିସ୍ତି ଟଙ୍କା କିପରି ସୁଝିବେ ସେ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି । ଏଭଳି ପରିସ୍ଥିତିରେ ଅଟୋ ଚାଳକମାନଙ୍କ ପାଇଁ କୌଣସି ପ୍ରକାର ସରକାରୀ ସହାୟତା ଘୋଷଣା କରାଯାଇନାହିଁ । ଦୁର୍ଦ୍ଧିନରେ ଥିବା ଅଟୋ ଚାଳକଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ସ୍ଥାନୀୟ ପୌରାଂଚଳ ମା’ ଶ୍ୟାମଳାଇ ଅଟୋ ମାଲିକ ସଂଘ ପକ୍ଷରୁ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଦାବି ପତ୍ର ପ୍ରଦାନ ସମୟରେ ସଂଘ ସଭାପତି ଶରତ ସାବତ, ସମ୍ପାଦକ ଯୁଧିଷ୍ଟିର ସ୍ୱାଇଁ ଉପସ୍ଥିତ ଥିଲେ ।

Advertisement