Wednesday, August 19, 2026
ADVERTISEMENT
Home ଆଞ୍ଚଳିକ ପୋଢ ବୋଝେଇ ଗାଡ଼ି ଜବତ – ଜଣେ ଗିରଫ

ପୋଢ ବୋଝେଇ ଗାଡ଼ି ଜବତ – ଜଣେ ଗିରଫ

291
ADVERTISEMENT

ହିଂଜିଳିକାଟୁ, ୭/୭ (ଶେଷଦେବ ସାହୁ): ହିଂଜିଳିକାଟୁ ଅଂଚଳରେ ଅନୁଚିତ ହେଉଥିବା ସାପ୍ତାହିକ ଶନିବାର ହାଟରୁ ବିଭିନ୍ନ ଗାଡ଼ିରେ ଗାଇ, ଗୋରୁ ଓ ପୋଢ ବୋଝେଇ କରି ଗୋମାଂସ ସକାଶେ ଶିକାକୁଳମ, ଆନ୍ଧ୍ରପ୍ରଦେଶ ସମେତ ବାହାର ରାଜ୍ୟକୁ ରପ୍ତାନି କରାଯାଉଥିବା ନେଇ ବହୁ ଦିନରୁ ଅଭିଯୋଗ ହୋଇ ଆସୁଥିଲା । ଶନିବାର ଦିନ ହିଂଜିଳି ପୋଲିସ ପକ୍ଷରୁ ଚଢାଉ କରାଯାଇ ଏକ ଟାଟା ଏସି ଗାଡ଼ି (ଓଆର୦୨ଏଏଚ୍ ୯୧୦୯) ଯୋଗେ ପୋଢକୁ ଅତ୍ୟନ୍ତ ଅମାନୁଷିକ ଭାବେ ବୋଝେଇ କରି ବାହାର ରାଜ୍ୟକୁ ରପ୍ତାନି କରାଯାଉଥିବା ବେଳେ ହିଂଜିଳି ଥାନା ଖରିଡ଼ା ଛକ ନିକଟରେ ଚଢାଉ କରି ସଂପୃକ୍ତ ଗାଡ଼ିକୁ ଜବତ କରାଯିବା ସହ ଗାଡ଼ି ଚାଳକଙ୍କୁ ଗିରଫ କରାଯାଇଛି । ଗିରଫ ଚାଳକ ଜଣକ ହିଂଜିଳି ଥାନା ଗିରିଆ ଗ୍ରାମର ଟୁନା ଦଳାଇ । ଏ ନେଇ ଥାନାରେ ୧୬୫/୧୯ ରେ ଏକ ମାମଲା ରୁଜୁ କରାଯାଇଛି । ଭବିଷ୍ୟତରେ
ଚଢାଉ ଜାରୀ ରହିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରକାଶ କରିଛନ୍ତି ।

Advertisement