Tuesday, September 22, 2026
ADVERTISEMENT
Home ବ୍ୟବସାୟ ସିବିଆଇକୁ ୭୮୧ କୋଟିରୁ ଅଧିକ ଅର୍ଥ

ସିବିଆଇକୁ ୭୮୧ କୋଟିରୁ ଅଧିକ ଅର୍ଥ

364
ADVERTISEMENT

ନୂଆଦିଲ୍ଲୀ, ୬/୭ (ଡି.ଏଚ.ବି): ବିଭିନ୍ନ ହାଇ ପ୍ରୋଫାଇଲ ତଥା ସମ୍ବେଦନଶୀଳ ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଚଳିତ ବଜେଟରେ ୭୮୧.୦୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଗତ ବର୍ଷ ଅପେକ୍ଷା ଏଥର ୨.୦୮ କୋଟି ଟଙ୍କା ଅଧିକ ମିଳିଛି। ଖଣି ଦୁର୍ନୀତି, ବ୍ୟାଙ୍କ ଦୁର୍ନୀତିଠାରୁ ଆରମ୍ଭ କରି ପ୍ରତ୍ୟର୍ପଣ ମାମଲା, ଅଗୁସ୍ତା ଓ୍ବେଷ୍ଟଲାଣ୍ଡ ହେଲିକପ୍ଟର କିଣା ଦୁର୍ନୀତି, ବିଦେଶରେ ଆଇନଗତ ମାମଲା ଲଢିବା ପାଇଁ ଏହି ସଂସ୍ଥାକୁ ଅଧିକ ଅର୍ଥ ମଞ୍ଜୁର କରାଯାଇଥିବା ପ୍ରକାଶ। ପ୍ରକାଶଥାଉ କି, ୨୦୧୮-୧୯ ବଜେଟରେ ସିବିଆଇକୁ ୭୭୮.୯୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ସିବିଆଇ ଇ-ଗଭର୍ନାନ୍ସ, ପ୍ରଶିକ୍ଷଣ କେନ୍ଦ୍ରର ଅତ୍ୟାଧୁନିକୀକରଣ, ଫରେନ୍‌ସିକ ସର୍ପୋର୍ଟ ୟୁନିଟ୍‌ ଆଦି ଲାଗି ଏଥର ସିବିଆଇକୁ ଅଧିକ ଅର୍ଥ ମିଳିଛି ।

Advertisement