Thursday, October 8, 2026
ADVERTISEMENT
Home ଆଞ୍ଚଳିକ ରାସ୍ତା କାଟି ଆନ୍ଧ୍ର – ଓଡିଶା ସିଲ କଲା ଗଜପତି ପ୍ରଶାସନ

ରାସ୍ତା କାଟି ଆନ୍ଧ୍ର – ଓଡିଶା ସିଲ କଲା ଗଜପତି ପ୍ରଶାସନ

560
ADVERTISEMENT

ଗଜପତି,୨୫/୪(ପ୍ରଭାତ କୁମାର ପାତ୍ର ):ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି- ପ୍ରଦେଶକୁ ସଂଯୋଗ କରୁଥିବା ରେଲୱେ ଟ୍ରାକ ପାର୍ଶ୍ୱରେ ଥିବା ରାସ୍ତାକୁ ପ୍ରଶାସନ ତରଫରୁ ବନ୍ଧ କରାଯାଉଥିବା ବେଳେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଉପ-ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଓ ପାରଳାଖେମୁଣ୍ଡି ଥାନା ଅଧୀନ ବିବେକାନନ୍ଦ ସ୍ୱାଇଁ ଉପସ୍ଥିତିରେ କରୋନା ଭାଇରସର ସଂକ୍ରମଣକୁ ରୋକିବା ନିମନ୍ତେ ପଦକ୍ଷେପ ନିଆଯାଉଛି।

କାରଣ ଆନ୍ଧ୍ରପ୍ରଦେଶରେ ଦିନକୁ ଦିନ କରୋନା ସଂକ୍ରମଣର ପ୍ରକୋପ ବୃଦ୍ଧି ପାଉଥିବାରୁ ଗଜପତି ଜିଲ୍ଲାପାଳ ଅନୁପମ ଶାହା ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଉପ-ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Advertisement