ଫୁଲବାଣୀ ,୧୦/୦୪ (ସୁରେଶ କୁମାର ପଣ୍ଡା):ଯେକୌଣସି ପରିସ୍ଥିତି ହେଉ ରକ୍ତ ଅଭାବରୁ କାହାକୁ ମରିବାକୁ ଦେବୁ ନାହିଁ। କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫୁଲବାଣୀରେ ରକ୍ତ ଅଭାବ ଖବର ପାଇ ସ୍ୱେଚ୍ଛାକୃତ ଭାବେ ଆମ ଅନୁଷ୍ଠାନ ୟୁଥ ଅଫ କନ୍ଧମାଳର ତିନି ଜଣ ସଦସ୍ୟା ଅନୁଷ୍ଠାନ, ସଭାପତି ଅଂଶୁମାନ ପ୍ରିୟଦର୍ଶନ, ଶିବ ସୁନ୍ଦର ସାହୁ, ସୈାରଭ ପାଢ଼ୀ ଏବଂ ଜଣେ ସଦସ୍ୟ ଶିବ ସୁନ୍ଦର ସାହୁ ରକ୍ତ ଦାନ କରିଛନ୍ତି। ରକ୍ତଦାତା ରକ୍ତ ଦାନ କରି ସମୁଦାୟ ଦୁଇଟି ଜୀବନ ବଞ୍ଚାଇ ଥିବାରୁ ଅଶେଷ ଅଶେଷ ଧନ୍ୟବାଦ। ଆଗକୁ ମଧ୍ୟ ଆମର ପ୍ରୟାସ ଜାରି ରହିବ ବୋଲି ୟୁଥ ଅଫ କନ୍ଧମାଳର ସଭାପତି ଅଂଶୁମାନ ପ୍ରିୟଦର୍ଶନ କହିଛନ୍ତି।

















