ଗ୍ରାମାଞ୍ଚଳରେ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ଦ୍ୱାରା କରୋନାର ସଚେତନ ପାଇଁ ଶପଥ ପାଠ

488
ADVERTISEMENT

କନ୍ଧମାଳ,୯/୪(ସୁରେଶ କୁମାର ପଣ୍ଡା):ଦିନକୁ ଦିନ ସାରାଦେଶରେ କରୋନା ଭୁତାଣୁ ସଂକ୍ରମିତ ହେବାରେ ଲାଗିଛି ଏହାର ମୁକାବିଲା ପାଇଁ ଦେଶରେ ଲକଡାଉନ ନିୟମକୁ କଡ଼ାକଡ଼ି ଭାବରେ ଚଲେଇବା ପାଇଁ ପ୍ରଶାସନ ତରଫରୁ ଜୋରଦାର ପ୍ରୟାସ ଜାରି ରହିଛି ଏଭଳି ନିୟମକୁ ଗ୍ରାମାଞ୍ଚଳର ଜନସାଧାରଣ କିପରି ସଚେତନ ରହିବେ ଏନେଇ ନିଜ ପ୍ରୟାସ ଜାରି ରଖି ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ ମିଡ଼ିଆକିଆ ପଞ୍ଚାୟତ ଠାରେ ଲୋକଙ୍କ ପାଖରେ ପହଞ୍ଚି କରୋନା ଉପରେ କଣ କରିବାକୁ ସେନେଇ ବୁଝେଇବା ସହ ସଚେତନତା ରହିବା ପାଇଁ ଶପଥ ପାଠ କରିଛନ୍ତି କାର୍ଯ୍ୟକ୍ରମରେ ଗ୍ରାମର ବହୁତ ଜନସାଧାରଣ ଉପସ୍ଥିତ ରହି ଶପଥ ପାଠ କରିଥିଲେ I

ଏଭଳି କାର୍ଯ୍ୟକ୍ରମକୁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଗ୍ରାମାଞ୍ଚଳ ଲୋକଙ୍କ ପାଖରେ ପହଞ୍ଚି ଲୋକଙ୍କୁ ସଚେତନ କରିଥିବାରୁ ବିଭିନ୍ନ ମହଲରେ ଆଲୋଚନା ବିଷୟ ପାଲଟିଛି ଏହାସହ ବିଭିନ୍ନ ଜାଗାରେ ରାତିରେ ଲାଇଟ ଲଗେଇ ବାସ୍କେଟ ବଲ ଖେଳିବା ପଡ଼ିଆରେ ପହଞ୍ଚି ଖୁଣ୍ଟି ଉପୁଡେ଼ଇବା ସହ ଇଲେକ୍ଟ୍ରି ବୋର୍ଡ ମଧ୍ୟ ଭଙ୍ଗା ଯାଇଛି I

Advertisement