କୋଦଳା, ୮/ ୪(ସୂର୍ଯ୍ୟ ନାରାୟଣ ବଡ):ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମ୍ରୂତ କୁଲାଙ୍ଗେ ଅଚାନକ ବେଗୁନିଆପଡା ବ୍ଲକ ଗସ୍ତକରି ବ୍ଲକ କାର୍ୟାଳୟ , ସ୍ବାସ୍ଥ୍ୟକେନ୍ଦ୍ର ଏବଂ ସେଠାରେ କରାଯାଇଥିବା ଅସ୍ଥାୟୀ ସଙ୍ଘରୋଧ ଗୃହ ପରିଦର୍ଶନ କରି ବିଡିଓ ଦେବବର ପ୍ରଧାନ ଓ କୋଦଳା ତହସିଲଦାର ପ୍ରଭାତ କୁମାର ପରିଡାଙ୍କ ସହିତ ଆଲୋଚନା କରିଥିଲେ ।ଏହା ସହିତ ଭୁବନେଶ୍ୱର ଏବଂ ଅନ୍ୟ ଯାଗାରୂ ଆସିଥିବା ଲୋକଙ୍କ ସ୍ବାସ୍ଥ୍ୟ ଚେକାପ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏଥିରେ ଅନ୍ୟମାନଙ୍କ ମଧ୍ୟ ରେ ସ୍ବାସ୍ଥ୍ୟକର୍ମୀ ସଞ୍ଜୟ କୁମାର ସାହୁ , ସରପଞ୍ଚ ଅରୁଣ କୁମାର ମାଝି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସର ରେ ବେଗୁନିଆପଡା ସ୍ଥିତ ତ୍ରୀପତୀ ମୋଟର୍ସ ମାଲିକ ତ୍ରୀପତୀ ନାୟକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 31000/-ପ୍ରଦାନ କରିଥିବା ବେଳେ ସୁରେନ୍ଦ୍ର ପ୍ରସାଦ ଗୌଡ଼ଙ୍କ ଦଶମ ଶ୍ରେଣୀରେ ପଢୁଥିବା କନ୍ୟା ସୁମିତ୍ରା ଗୌଡ଼ ବିଦ୍ୟାଳୟ ଯିବା ସମୟରେ ସଞ୍ଚିତ କରି କୂମ୍ପି ରେ ରଖିଥିବା ଅର୍ଥକୁ କୂମ୍ପି ସହିତ ଜିଲ୍ଲାପାଳଙ୍କ ହସ୍ତରେ ପ୍ରଦାନ କରିଥିଲେ ।

















