Friday, November 20, 2026
ADVERTISEMENT
Home ଆଞ୍ଚଳିକ ଜରଡ଼ା ପୋଲିସ ସହ ଧସ୍ତାଧସ୍ତି

ଜରଡ଼ା ପୋଲିସ ସହ ଧସ୍ତାଧସ୍ତି

392
ADVERTISEMENT

ପାତ୍ରପୁର,୦୭/୪/(ଋଷିକେଶ ବେହେରା )-ସମଗ୍ର ଦେଶରେ କରୋନା ସଂକ୍ରମଣ କାୟା ବିସ୍ତାର କରିଥିବା ବେଳେ କରୋନା ଭାଇରସକୁ ନେଇ ଲୋକେ ଆତଙ୍କିତ ଥିବାବେଳେ ପାତ୍ରପୁର ସ୍ଥିତ ଵି. ନୂଆଗାଁ ଗ୍ରାମରେ ଆନ୍ଧ୍ରପ୍ରଦେଶର ୪ଜଣ ଯୁବକ ଦୁଇଟି ମୋଟର ସାଇକଲ (Ap30s0600 ଅନ୍ୟଟି Ap30AS4750) ରେ ଆସି ଜରଡ଼ା ଥାନା ପୋଲିସ ଓ ଗ୍ରାମବାସି ସହ ପ୍ରବଳ ଯୁକ୍ତିତର୍କ କରିଥିଲେ ପୋଲିସ ବାହାର ଗ୍ରାମର ଗ୍ରାମବାସୀଙ୍କୁ ଛାଡ଼ୁନ ଥିବା ବେଳେ ଆନ୍ଧ୍ରର ୪ ଜଣ ଯୁବକ ପୋଲିସକୁ ଅଶିଲ ଭାଷାରେ ଗାଳିଗୁଲଜ କରିଥିଲେ ଯାହାକୁ ନେଇ ପୋଲିସ ଗ୍ରାମବାସୀ ଓ ଆନ୍ଧ୍ରଦେଶର ଯୁବକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା Iପରେ ଉକ୍ତ ଯୁବକ ମାନେ ସ୍କୁଟି, ବାଇକ ଛାଡି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ଜରଡ଼ା ପୋଲିସ ଦୁଇ ଗୋଟି ଗାଡିକୁ ଜବତ କରିଥିଲେ I

Advertisement