ପାରଳାଖେମୁଣ୍ଡି ରେ ଘୋଷଯାତ୍ରା

339
ADVERTISEMENT

ବ୍ରହ୍ମପୁର, ୫/୭ ଗଜପତି( ପ୍ରଭାତ କୁମାର ପାତ୍ର): ପାରଳାଖେମୁଣ୍ଡିରେ ପାଳିତ ହୋଇଛି ରଥଯାତ୍ରା । ରଥ ପ୍ରତିଷ୍ଠା କରାଯିବା ସହ ଠାକୁରଙ୍କ ରୀତି ନୀତି ସମାପନ ପରେ ପୂବାହ୍ନ ପ୍ରାୟ ୧୧ଟା ସମୟରେ ପହଣ୍ଡି ଆରମ୍ଭ ହୋଇଥିଲା । ପ୍ରଥମେ ଶୁଦର୍ଶନଙ୍କ ରଥରୁଢ କରାଯିବା ପରେ , ମା ସୁଭଦ୍ରା ଏବଂ ଜଗନ୍ନାଥଙ୍କୁ ପହଣ୍ଡିରେ ଆଣି ରଥରୁଢ କରାଯାଇଥିଲା। ଦିନ ପ୍ରାୟ୨ଟା ବେଳେ ରାଜକୁମାରୀ କଲ୍ୟାଣୀ ଦେବି ପହଞ୍ଚି ତିନି ରଥରେ ଛେରା ପହଁରା ଏବଂ ପୂଜାର୍ଚ୍ଚନା କରିଥିଲେ। ଏହାପରେ ପ୍ରାୟ ୪ଟା ବେଳେ ରଥଟଣା ଆରମ୍ଭ ହୋଇଥିଲା। ସଂନ୍ଧ୍ଯାରେ ୩ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚି ଯାଇଥିଲେ। ଏହି ଯାତ୍ରାରେ ସାମିଲ ହୋଇ ରଥ ଟାଣିବା ପାଇଁ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନ ସମେତ ପଡେ଼ାଶୀ ରାୟଗଡା ଜିଲ୍ଲା ଏବଂ ଆନ୍ଦ୍ର ପ୍ରଦେଶର ବିଭିନ୍ନ ସ୍ଥାନରୁ ୬୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ତେବେ ଏହି ଭିଡକୁ ଆଖିରେ ରଖି ଆଇନ ଶୃଙ୍ଖଳା ପରିସ୍ଥିତି ମଧ୍ୟ କଡାକଡି କରାଯାଇଥିଲା। ୩୦ ଜଣ ପୋଲିସ ଅଧିକାରୀଙ୍କୁ ବିଭିନ୍ନ ଦାୟିତ୍ବ ଦିଆଯାଇ ଥିଲା ଓ ୫ ପ୍ଲାଟୁନ ଫୋର୍ସ ଏବଂ ୭୦ ଜଣ ହୋମଗାର୍ଡ ନିୟୋଜିତ ହୋଇଥିଲେ। ଆଉ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ନିଜେ ଏସପି ସାରା ଶର୍ମା ଉପସ୍ଥିତ ରହି ଶାନ୍ତିର ସହ ଘୋଷଯାତ୍ରା ପରିଚାଳନା କରିଥିଲେ । ଆଜି ମେଘୁଆ ପାଗ ରହିଥିବାରୁ ଭକ୍ତମାନଙ୍କ ଜନ ସମାଗମ ଦେଖିବାକୁ ମିଳିଥିଲା ।

Advertisement