Friday, November 20, 2026
ADVERTISEMENT
Home ଆଞ୍ଚଳିକ ବେଆଇନ ଗୁଟଖା କାରଖାନାକୁ ପୋଲିସର ଚଢ଼ାଉ : କୋଟିଏ ଟଙ୍କାର ଗୁଟଖା ଜବତ ୧୧ ଜଣଙ୍କ...

ବେଆଇନ ଗୁଟଖା କାରଖାନାକୁ ପୋଲିସର ଚଢ଼ାଉ : କୋଟିଏ ଟଙ୍କାର ଗୁଟଖା ଜବତ ୧୧ ଜଣଙ୍କ ନାମରେ ମାମଲା ରୁଜୁ

361
ADVERTISEMENT

କୁକୁଡାଖଣ୍ଡି,୪।୪( ଇ.ରଞ୍ଜନ) :କରୋନା ପାଇଁ ସାରା ରାଜ୍ୟ ଲକଡାଉନ ଏହାର ଫାଇଦା ଉଠାଉଛନ୍ତି ଅସାଧୁବେପାରୀ।ନିମଖଣ୍ଡି ଫାଣ୍ଡି ଅନ୍ତର୍ଗତ ଲୁଚାପୋଡା ଗୁରୁଣ୍ଠି ରୋଡ ପାର୍ଶ୍ୱରେ ଥିବା ଟୋକ୍ନୋ ପାର୍କ ଠାରେ ଦୀର୍ଘଦିନଧରି ଚାଲିଥିବା ଏକ ନକଲି ପୁଡିଆ କାରଖାନା ଉପରେ କୁକୁଡାଖଣ୍ଡି ତହସିଲଦାର ଓ ସଦରଥାନା ପୋଲିସ ମିଳିତ ଭାବେ ଚଢଉ କରି କୋଟିଏ ଟକାଂର ୨ଟ୍ରକ ପୁଡିଆ ଜବତ କରିଛି।ବିଭିନ୍ନ ରାଜନୈତିକ ଛତ୍ରଛାୟା ତଳେ ଚାଲିଥିବା ନକଲି କାରଖାନା।ଗୁରୁଣ୍ଠି ଗ୍ରାମ ନିକଟରେ ଥିବା ଟେକ୍ନୋପାର୍କ ରେ କିଛି ବିହାରି ଲୋକ ରହୁଥିବା ନେଇ ତହସିଲଦାର ଖବର ପାଇବା ପରେ ଚଢଉ କରିଥିଲେ।ପୁଡିଆ ଚାଲିଥିବା ହେତୁ ଘର ମଧ୍ୟକୁ କି ଟେକ୍ନେପାର୍କ କୁ କାହାକୁ ଛାଡୁନଥିଲେ।ବିଭିନ୍ନ କମ୍ପାନୀ ର ନକଲି ପୁଡିଆ ପ୍ରସ୍ତୁତି ଚାଲିଥିଲା। ପୋଲିସ ସେଠାରେ କାମ କରୁଥିବା ବିହାରର ୫ଜଣ ଓ ଲୋଚାପଡା ଅଞ୍ଚଳର ଜଣଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି।ଚଢଉରେ ତହସିଲଦାର ଇପସିତା ପ୍ରିୟଦଶନୀ ମିଶ୍ର,ଅତିରିକ୍ତ ତହସିଲଦାର କଳାକୃଷ୍ନ ପ୍ରଧାନ,ଅମ୍ବିତ ମହାନ୍ତି,ସଦର ଏସଡିପିଓ ଜୟନ୍ତ ମହାପାତ୍ର,ସଦରଥାନା ଅଧିକାରୀ ସନ୍ତୋଷିନୀ ଓରାମ,ଏସଆଇ ବିନିତ ଶତପଥୀ, ବିଭୂତି ସେଠୀ,ସୁରେଶ ସାହୁ,ଧୋବା ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ୨ଟି ମେସିନ, ରିଲ,୬୮ ପ୍ୟାକେଟ ପୁଡିଆ ପୋଲିସ ଜବତ କରିଛି।ସଦର ପୋଲିସ ୧୦୮/୨୦ରେ ଏକ ମାମଲା ରୁଜୁ କରି ୧୦ନଂ ଜୋନ୍ ବିଜେପି ଜିଲ୍ଲାପରିଷଦ ମୋହନ ଦାସ,ଲୋଚାପଡାର କୀରତନ ସାହୁ,ରାଜେଶ ରାଓ,ଶମ୍ଭୁ ବେହେରା,ବାବୁଲା ସାହୁ,ଦାସରଥୀ ସାହୁ,ଉତ୍ତରପ୍ରଦେଶର ଶାହାରୁଖ ଖାନ,କୁଳଦୀପ ୟାଦବ,ଅଷୟ ୟାଦବ,ବିହୁରା ୟାଦବ,ଚନ୍ଦ୍ର ଦେବ ପାଶଓ୍ବାନ।ଜଣେ ରାଜନେତା ଏହି ନକଲି ବେପାର କରୁଥିବାରୁ ପୋଲିସ ଏହାକୁ ଚଢଉ କରୁନଥିବା ସ୍ଥାନୀୟ ବାସିନ୍ଧା ଅଭିଯୋଗ କରିଛନ୍ତି।୬ଜଣକୁ ପୋଲିସ ଗିରଫ କରିଥିବା ବେଳେ ବିଜେପି ଜିଲ୍ଲାପରିଷଦ ଙ୍କ ସହ ୫ ଜଣ ବର୍ତ୍ତମାନ ସୁଦ୍ଧା ଫେରାର ଅଛନ୍ତି।ପୋଲିସ ସେମାନକୁଂ ଧରିବାକୁ ଚଢଉ ଜାରିରଖିଥିବା ସଦର ଏସଡିପିଓ ସୂଚନା ଦେଇଛନ୍ତି ।

Advertisement