ପାତ୍ରପୁର,୩।୪(ଋଷିକେଶ ବେହେରା ) : କୋରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଙ୍କ ପରାମର୍ଶ, ମୁଖ୍ୟମନ୍ତ୍ରୀ ଙ୍କ ଅନୁରୋଧ କ୍ରମେ ୨୧ ଦିନିଆ ଲକ୍ ଡାଉନ୍ ଚାଲିଥିବା ବେଳେ ଏହି ନିୟମ କୁ ଅକ୍ଷ ରକ୍ଷରେ ପାଳନ କରିବା ସହ ସାମାଜିକ ଦୂରତାକୁ ଆଖିରେ ରଖି ପାତ୍ରପୁର ରେ ଗଠିତ ଉପାନ୍ତ ସାଂସ୍କୃତିକ ସାହିତ୍ୟ ସେବା ସଂସଦ ୱାଟସପ୍ ଗ୍ରୁପ୍ ରେ ସଂସଦର ଜନ୍ମ ଦିବସ ପାଳନ ଓ କବିତା ଆସର ଅନୁଷ୍ଠିତ କରାଯାଇଛି। ଏହି କବିତା ଆସରରେ କବି କବୟିତ୍ରୀ ମାନେ ଉତ୍କଳ ଦିବସ ଓ କରୋନା ସଚେତନତା ବାର୍ତ୍ତା କବିତା ମାଧ୍ୟମରେ ସଂସଦ ର ଗ୍ରୁପ୍ ରେ ଉପସ୍ଥାପନ କରି ଦିଗ୍ ଦର୍ଶନର ବାର୍ତ୍ତା ଦେଇଥିଲେ । କବି ବିଭୂତି ଭୂଷଣ ତ୍ରିପାଠୀ, ଜଗନ୍ନାଥ ଚୌଧୁରୀ, ହରିଶ୍ ମହାନ୍ତି , ତ୍ରିପତି ପ୍ରଧାନ, ଦୁର୍ଗାମାଧବ ମହାରଣା, ରଞ୍ଜନ କୁମାର ବ୍ରହ୍ମା, ରାମ ଗୋପାଳ ପାଢ଼ୀ, କେ କୃଷ୍ଣ ମୂର୍ତ୍ତି ନାରୀ କବି ମଞ୍ଜୁ ଶ୍ରୀ ମହାରଣା, ସଂସଦର କୋଷାଧ୍ୟକ୍ଷ ନିହାର ରଞ୍ଜନ ପାଢ଼ୀ, ସାହିତ୍ୟ ସମ୍ପାଦକ ଦଣ୍ଡାସି ପ୍ରଧାନ ପ୍ରମୁଖ ସ୍ଵ ରଚିତ କବିତା ଉପସ୍ଥାପନ କରିଥିଲେ। ସଭାପତି ସୁଦୀପ୍ତ କୁମାର ପଟ୍ଟନାୟକ ଓ ସମ୍ପାଦକ ମାଧବ ବାଡତ୍ୟା ସମସ୍ତ କବିତା ର ସଂଯୋଜନା କରିଥିଲେ। ସଂସଦର ଏଭଳି ପ୍ରୟାସକୁ ସାହିତ୍ୟିକ ଓ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଥିଲେ।


















