ହିଞ୍ଜିଳିକାଟୁ,୨/୪ (ଶେଷଦେବ ସାହୁ): ମହାମାରୀ କରୋନା ଭୁତାଣୁ ସଂକ୍ରମଣ ରୋକିବାକୁ ନେଇ ରାଜ୍ୟ ସରକାର ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛନ୍ତି।ଗତ ୧୦ ଦିନଧରି ଦେଶ ତଥା ରାଜ୍ୟରେ ଲକ ଡାଉନ ବ୍ୟବସ୍ଥାକୁ କଡା କଡ଼ି କରାଯାଇ ଘରୁ ବାହାରକୁ ନ ଆସିବା ପାଇଁ ସମସ୍ତଙ୍କୁ ନିବେଦନ କରାଯାଇଛି।ଭାରତରେ ସଂକ୍ରମଣ ହାର କମିବାକୁ ଯାଉଥିବା ବେଳେ ନିଜା ମୁଦ୍ଦିନ ମରକେଜ ସମାବେଶ ସ୍ଥିତିକୁ ଗମ୍ଭୀର କରିଛି।ଏଥିପ୍ରତି ସଜାଗ ରହିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।ଫଳରେ ଗରିବ, ଅସହାୟ ଲୋକଙ୍କ ପାଇଁ ଖାଦ୍ୟ ସଂଗ୍ରହ ସମସ୍ୟା ଜଟିଳ ହୋଇଛି।ଏହି ସମସ୍ୟାକୁ ଟାଳିବା ନିମନ୍ତେ ପ୍ରଶାସନିକ ସ୍ତରରେ ଉଦ୍ୟମ ଜାରି ରହିଥିବା ବେଳେ ହିଂଜିଳି ବ୍ଲକ ସମରଝୋଳ ସନ୍ଥ ନିରଂକାରୀ ସତସଙ୍ଘ ମିଶନ ପକ୍ଷରୁ ଗୁରୁବାର ଏକ ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି।ବ୍ଲକ ଅଧ୍ୟକ୍ଷ ତଥା ପ୍ରବଚକ ଗୁରୁ ଏନ ରଘୁନାଥ ଜୀ ଙ୍କ ତତ୍ତ୍ୱାବଧାନରେ ମିଶନ ହଲ ପରିସରରେ ଅଞ୍ଚଳର ଗରିବ ଅସହାୟ ଲୋକଙ୍କ କ୍ଷୁଧା ନିବାରଣ ନିମନ୍ତେ ଏକ ମାସ ପାଇଁ ରାସନ ସାମଗ୍ରୀର ବନ୍ଦୋବସ୍ତ କରାଯାଇଛି।ପ୍ରତ୍ୟେକଙ୍କୁ ୨୫କି ଗ୍ରା ଚାଉଳ ପ୍ୟାକେଟ, ଡାଲି, ଖାଇବା ତେଲ, ଗହମ, ମସଲା, ହଳଦୀ, ଶୁଖିଲା ଲଙ୍କା, ସୋରିଷ, ଜିରା, ମରିଚ ଗୁଣ୍ଡ ଓ ଲୁଣ ଆଦି ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି। ଡ଼ି. ଆଦିକନ୍ଦଙ୍କ ନେତୃତ୍ୱରେ ୫୦ ଜଣ ମହିଳା ଓ ପୁରୁଷଙ୍କୁ ସାମାଜିକ ଦୂରତ୍ୱକୁ ରକ୍ଷାକରାଯାଇ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି।ଅନ୍ୟ ମାନଙ୍କ ମଧ୍ୟରେ କେ. ଦୁର୍ଗା ପ୍ରସାଦ ରାଓ, ନାଗେଶ୍ୱର ରାଓ, ଏମ୍. ପ୍ରକାଶ, ଡ଼ି.ସୁକଦେଵ,ସୀମାଦ୍ରୀ ବେହେରା, ବଂଶୀଧର ବେହେରା, ଆର.ବାସନ୍ତୀ ଏବଂ ଏସ. ଲତାସା ପ୍ରମୁଖ ସହଯୋଗ କରିଥିଲେ।ପୋଚିଲିମା ଶାଖାର ସମରଝୋଳ, ବଡ଼ଖଣ୍ଡି, ପି. ରାମଚନ୍ଦ୍ରପୁର, ଗୋପୀନାଥ ପୁର,ଦୟାପଲ୍ଲୀ, ଗୋଦରା ପଲ୍ଲୀ, ବଉଳ ଝୋଲି, ପୋଚିଲିମା,ପୁନରଖଣ୍ଡି, ବଲରାମପଲ୍ଲୀ ଓ ଖରିଡା ଆଦି ଗ୍ରାମର ପରିବାରଙ୍କୁ ଏହା ପ୍ରଦାନ କରାଯାଇଛି।

















