Wednesday, August 19, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର ସହରରେ ବଢ଼ି ଚାଲିଛି ଫାଷ୍ଟ ଫୁଡ୍ ସେଣ୍ଟର୍ : ଖାଦ୍ୟର ମାନ ନିରୂପଣ ଅଧିକାରୀଙ୍କ...

ବ୍ରହ୍ମପୁର ସହରରେ ବଢ଼ି ଚାଲିଛି ଫାଷ୍ଟ ଫୁଡ୍ ସେଣ୍ଟର୍ : ଖାଦ୍ୟର ମାନ ନିରୂପଣ ଅଧିକାରୀଙ୍କ ନୀରବତା ।

322
ADVERTISEMENT

ବ୍ରହ୍ମପୁର, ୪/୭ (ଇ.ରଞ୍ଜନ) : ବ୍ରହ୍ମପୁର ସହରରେ ବଢ଼ି ଚାଲିଛି ଫାଷ୍ଟ ଫୁଡ୍ ସେଣ୍ଟର୍ । ସବୁ ଜାଗାରେ ଛୋଟ ବଡ଼ ଠେଲା ଗାଡ଼ି ମାନଙ୍କରେ କିଛି ଫାଷ୍ଟ ଫୁଡ୍ ତିଆରି କରି ଲୋକଙ୍କ ପାଟିକୁ ସ୍ଵାଦ ଦେଉଛନ୍ତି ବ୍ୟବସାୟୀ । ହେଲେ ତାହା ଆମେ ଖାଇବା ଦ୍ଵାରା ବିଭିନ୍ନ ରୋଗର ଶିକାର ହେବାକୁ ବାଧ୍ୟ ହେଉଛୁ । ଏହି ଫାଷ୍ଟ ଫୁଡ୍ ଆମ ପାଇଁ କେତେ ସତେଜ ତାହା ପରୀକ୍ଷା କରିବା ପାଇଁ ମାନ ନିରୂପଣ ଅଧିକାରୀଙ୍କୁ ରଖାଯାଇଛି । କିନ୍ତୁ ମାନ ନିରୂପଣ ଅଧିକାରୀଙ୍କ ସହ ଦୋକାନୀ ମାନଙ୍କ ସଲା ସୂତରାରେ ଗ୍ରାହକ ମାନେ ବଳି ପଡ଼ୁଛନ୍ତି । ଠେଲା ଗାଡ଼ି ମାନଙ୍କରେ ଯେଉଁ ଫାଷ୍ଟ ଫୁଡ୍ ବିକ୍ରି ହୁଏ, ତାହା ବହୁ ଦିନର ତେଲ ବ୍ୟବହାର ଯୋଗୁଁ ସାଧାରଣ ଲୋକ ତାହାକୁ ଭୋକ ମେଣ୍ଟାଇବା ପାଇଁ ତରବରିଆ ଭାବେ ଖାଇବା ଫଳରେ ତାହା ଫୁଡ୍ ପଏଜନ୍ ହୋଇ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଣୁ ଏହାକୁ ଉପରିସ୍ଥ ଅଧିକାରୀ ଉଚ୍ଚ ସ୍ତରୀୟ ତଦନ୍ତ କରି ମାନ ନିରୂପଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବୁଦ୍ଧି ଜିବୀ ମହଲରୁ ଦାବୀ ହୋଇଛି ।

Advertisement