ଦୋକାନୀ ଓ ଶିଶୁ ଶ୍ରମିକ ଅଧିକାରୀଙ୍କ ମଧୁ ଚନ୍ଦ୍ରିକା ରେ ଶିଶୁ ଶ୍ରମିକ

207
ADVERTISEMENT

ବ୍ରହ୍ମପୁର, ୪/୭(ଡି.ଏଚ.ବି): ଶିଶୁ ଶ୍ରମିକକୁ ବନ୍ଦ କରିବା ପାଇଁ ସରକାର କେତେ କଣ ଯୋଜନା ପ୍ରସ୍ତୁତ କରିଛନ୍ତି । ହେଲେ ଏହି ଯୋଜନା ଯୋଜନା ମାଧ୍ୟମରେ ହିଁ ରହିଯାଉଛି । ବ୍ରହ୍ମପୁର ସହରରେ ବିଭିନ୍ନ ଦୋକାନ ବଜାର ମାନଙ୍କରେ ପାଠ ପଢ଼ା ଛାଡ଼ି ଅନେକ ଶିଶୁ ବିଭିନ୍ନ ହୋଟେଲ୍ ,ଗ୍ୟାରେଜ , ଲସି ଷ୍ଟଲ୍ ମାନଙ୍କରେ କାର୍ଯ୍ୟ କରୁଥିବାକୁ ନେଇ ସାଧାରଣ ମହଲରେ ଚର୍ଚ୍ଚା ହେଉଛି । ବିଦ୍ୟାଳୟ ଗୁଡ଼ିକ ଛୁଟି ହୋଇଯାଇଥିବାରୁ ଛୋଟ ପିଲା ମାନେ ଶ୍ରମିକ ସାଜି ବିଭିନ୍ନ ସ୍ଥାନରେ କାମ କରୁଛନ୍ତି ।

ବର୍ତ୍ତମାନ ସ୍କୁଲ୍ ଛୁଟି ସରିଯାଇଛି କିନ୍ତୁ ଛାତ୍ର ଶ୍ରମିକ ମାନେ ସ୍କୁଲ୍ କୁ ଯିବେ କି ନାହିଁ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଶ୍ରମ ଅଧିକାରୀଙ୍କୁ ଦୃଷ୍ଟି ଆକର୍ଷଣ କରିଥିବା ଯୋଗୁଁ ସେ ଅଭିଯୋଗକାରି ଙ୍କୁ କହିଛନ୍ତି କେଉଁ ଠାରେ ଶିଶୁ ଶ୍ରମିକ କାମ କରୁଛନ୍ତି ତାହାର ବିବରଣୀ ପ୍ରଦାନ କରନ୍ତୁ, ଆମେ ସେହି ଦୋକାନ ଉପରେ ଚଢ଼ାଉ କରିବୁ । ଶ୍ରମ ଅଧିକାରୀ ମାନେ କର୍ତ୍ତବ୍ୟକୁ ଖାମ ଖିଆଲି କରିଥିବା ଯୋଗୁଁ କର୍ମଚାରୀଙ୍କ ଉପରେ ବୁଦ୍ଧିଜୀବୀ ମାନେ ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ଦାବୀ କରିଛନ୍ତି । ଦୋକାନୀ ଏବଂ ଶ୍ରମିକ ଅଧିକାରୀଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ଶିଶୁ ମାନଙ୍କ ଭବିଷ୍ୟତ ଅନ୍ଧାର ହେବାକୁ ଯାଉଛି । ବର୍ତ୍ତମାନ ଦେଖିବାକୁ ବାକି ରହିଲା ବ୍ରହ୍ମପୁର ସହରରେ ଶିଶୁ ଶ୍ରମିକ ମାନଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠନ ନିଆଯିବ ?

Advertisement