କୋଦଳା,୩୧ା୩,(ସୂର୍ଯ୍ୟନାରାୟଣ ବଡୁ) : ମହାମାରୀ କରୋନାକୁ ନେଇ ସରକାରଙ୍କ ଲକଡାଉନ ପରେ ଜିଲ୍ଳା ପ୍ରଶାସନର ନିର୍ଦ୍ଦେଶ ଅନୁଯାଇ କୋଦଳା ସେକ୍ଟରର ଅଙ୍ଗନବାଡି କର୍ମୀ ଓ ସହାୟିକାମାନେ ଯୋଗ୍ୟ ବିବେଚିତ ଶିଶୁ ମାନଙ୍କ ଘରକୁ ଯାଇ ଶୁଖିଲା ରନ୍ଧାଖାଦ୍ୟ ପରିବେଷଣ କରିଥିବା ଜଣାପଡ଼ିଛି। ଅଙ୍ଗନବାଡି କର୍ମୀ ପ୍ରଭାସିନି ସେଠୀ ,ସୁନିତା ମହାନ୍ତି,ରଶ୍ମିତା ତ୍ରିପାଠୀ , ରିତା ପଣ୍ଡା ,ରଶ୍ମିତା ବେହେରା , ସ୍ନେହଲତା ଦାଶ , ରଶ୍ମିତା ପଣ୍ଡା , ସୂମିତା ସ୍ବାଇଁ , ରଶ୍ମିତା ଡାକୁଆ ,ରନିତା ବେହେରା ଓ ସମସ୍ତ କେନ୍ଦ୍ରର ସହାୟିକା ମିଳିତ ଭାବେ ବାଉରି ସାହି ,ହଜ ସାହି , ଇନାମ ବେଲପଡା ,ଭାଈଗା ସାହି ,ଗୋଲାସାହି , ଗୌରାଦେଈପୁର , ଜେଲ ରୋଡ , ବି.ନୂଆପଲ୍ଲୀ , ପଠାଣ ସାହି ଓ ହରିଜନ ସାହି ର ଅଙ୍ଗନବାଡି ଶିଶୁଙ୍କ ଘରକୁ ଯାଇ ଦୁଇ ସପ୍ତାହ ନିମନ୍ତେ ଶୁଖିଲାଖାଦ୍ୟ ଯଥା ଚାଉଳ , ଡାଲି , ପରିବା , ଅଣ୍ଡା ଓ ସକାଳ ଜଳଖିଆ ପାଇଁ ଚୁଡାମୁଆଁ ଓ ପାଚିଲା କଦଳୀ ଦେବା ସହ ସେମାନଙ୍କ ପରିବାର ସହିତ କରୋନା ସମ୍ପର୍କ ରେ ଆଲୋଚନା କରି ସେମାନେ ଏଥିରେ ଭୟଭୀତ ନ ହୋଇ ନିଜେ ପରିଷ୍କାର ପରିଛନ୍ନ ରହି ବାରମ୍ବାର ସାବୁନ ଓ ହେଣ୍ଡବାସ ରେ ହାତ ଭଲଭାବେ ଧୋଇବାକୁ ପରାମର୍ଶ ଦେଇଥିଲେ । ଘରୁ ନ ବାହାରିବାକୁ ପରାମର୍ଶ ଦେଇଥିଲେ ଓ ଶପଥ ପାଠ କରାଇଥିଲେ । ତତସହିତ ଅନ୍ୟ ରାଜ୍ୟରୁ ଯଦି ନିଜ ପରିବାରର କେହି ଆସନ୍ତି ସେମାନଙ୍କୁ ମେଡିକାଲ ନେଇ ପରିକ୍ଷ୍ୟା କରାଇ ନେବାକୁ କହିଥିଲେ ।ଯଦି କୌଣଷି କାମ ନାହିଂ ତାହାହେଲେ ବାହାରକୁ ନ ଜିବା ପାଇଁ କହିବା ସହିତ କାଶିବା ସମୟରେ ମୁହଁ ରେ ମାସ୍କ କିମ୍ବା ରୁମାଲ ଘୋଡ଼ାଇବା ପାଇଁ ପରାମର୍ଶ ଦେଇଥିଲେ ।ଏହି ମହାମାରୀ କରୋନାକୁ ନେଇ ଭୟଭୀତ ନ ହୋଇ ନିଜେ ସଚେତନ ହେବା ସହିତ ଅନ୍ୟକୁ ସଚେତନ ରହିବାକୁ କହିଥିଲେ ।


















