Thursday, September 24, 2026
ADVERTISEMENT
Home ଆଞ୍ଚଳିକ ମୁଖ୍ୟ ଚିକିତ୍ସାଳୟରୁ ଚୋରି ହୋଇଥିବା ଶିଶୁ ପୁତ୍ର ଉଦ୍ଧାର, ୩ ଗିରଫ

ମୁଖ୍ୟ ଚିକିତ୍ସାଳୟରୁ ଚୋରି ହୋଇଥିବା ଶିଶୁ ପୁତ୍ର ଉଦ୍ଧାର, ୩ ଗିରଫ

680
ADVERTISEMENT

ପାରଳାଖେମୁଣ୍ଡି,୩୦।୩(ପ୍ରଭାତ କୁମାର ପାତ୍ର): ଗତ ୨୧ ତାରିଖ ଦିନ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ ପରିସରରୁ ୪ ଦିନର ଶିଶୁ ପୁତ୍ର ଚୋରି ହୋଇଥିଲା। ଏହି ଘଟଣା ସେହି ସମୟରେ ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଘଟଣାରୁ ପ୍ରକାଶ ଗତ ୧୮ ତାରିଖ ଦିନ ନୂଆଗଡ ବ୍ଲକ ଅନ୍ତର୍ଗତ ମାଣିକପୁର ଗ୍ରାମର ମଦନ ବଣୁଆଙ୍କ ପତ୍ନୀ କରା ପାଇକ ପ୍ରସବ ବେଦନାରେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି ହୋଇଥିଲେ। ସେହି ଦିନ ହିଁ ଅସ୍ତ୍ରୋପଚାରରେ ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା। ଶିଶୁ ସହ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହେଉଥିଲେ। ୨୧ ତାରିଖ ଦିନ ୧୧ ଘଣ୍ଟା ସମୟରେ ଜଣେ ମହିଳା ଆସି ନିଜକୁ ବିଭାଗୀୟ କର୍ମଚାରୀ ବୋଲି ପରିଚୟ ଦେଇ ୪ ଦିନର ଶିଶୁ ପୁତ୍ରର ମୁଣ୍ଡରେ ଆଘାତ ହୋଇଛି ବୋଲି କହି ଶିଶୁଟିକୁ ନେଇ ଯାଇଥିଲେ। କିଛି ସମୟ ପରେ ଶିଶୁଟି ଫେରି ନ ଆସିବାରୁ ତାର ମା ସହ ସମ୍ପର୍କୀୟ ମାନେ ଖୋଜା ଖୋଜି କରିଥିଲେ। ଶିଶୁଟିର କୈାଣସି ସନ୍ଦାନ ନମିଳିବାରୁ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଶିଶୁର ପିତା ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ନେଇ ପୋଲିସ ମୁଖ୍ୟ ଚିକିତ୍ସାଳୟର ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରିଥିଲେ। ସିସିଟିଭି ଫୃଟେଜରେ ୨ ଜଣ ମହିଳା ଏକ ଅଟୋ ବ୍ୟବହାର କରିଥିବା ଦେଖା ଯାଇଥିଲା। ଏହାକୁ ଆଧାର କରି ପୋଲିସ ଆନ୍ଦ୍ରର ଶ୍ରୀକାକୁଲମ ଜିଲ୍ଲାର ବୋଲି ଜାଣି ତଦନ୍ତକୁ ଆହୁରି ଆଗକୁ ନେଇ ଥିଲେ। ଏଥିରେ ସୃଷ୍ଟ ହେଲାଯେ ଯେଉଁ ମହିଳାଟି କର୍ମଚାରୀ ବୋଲି ପରିଚୟ ଦେଇ ଚାରି ଦିନର ଶିଶୁ ପୁତ୍ରଟିକୁ ଚୋରି କରି ନେଇଥିଲେ ସେ ଆନ୍ଧ୍ର ଶ୍ରୀକାକୁଲମ ଜିଲ୍ଲାର ବାତ୍ତିଲି ଥାନାର ବାଲେରି ଗ୍ରାମ ବୋଲି ଜଣାଗଲା ତାର ନାମ ଯେନ ଗୁଲା ମାଧୁରୀ ଏହି ଚୋରିରେ ତାଙ୍କୁ ସହଯୋଗ କରିଥିଲା ଜାମି ସରସ୍ୱତୀ ।ମାଧୁରୀ ନୀ ଶନ୍ତନା ଥିବା ଯୋଗୁଁ ଶିଶୁଟିକୁ ପାଳିବା ଉଦ୍ଧେଶ୍ୟରେ ଚୋରି କରିଥିବା ସୂଚନା ମିଳିଛି। ଏହି ଘଟଣାର ଅନ୍ୟତମ ମୁଖ୍ୟ ଆସାମୀ ସରସ୍ୱତୀର ସ୍ୱାମୀ ଯନଗୋଲା କଣ୍ଡାୟା ସହ ସରସ୍ୱତୀ ଓ ମାଧୁରୀ ୩ ଜଣଙ୍କୁ ପୋଲିସ ଗିରଫ କରିଛି। ଏମାନଙ୍କ ଠାରୁ ଶିଶୁ ପୁତ୍ରକୁ ଉଦ୍ଧାର କରି ଆବଶ୍ୟକ ଡାକ୍ତରୀ ପରୀକ୍ଷା ପରେ ତାର ମା କୂଳକୁ ହସ୍ତାନ୍ତର କକରାଯାଇଛି। ଶିଶୁ ଚୋରି ଘଟଣା ୯ ଦିନ ପରେ ଶିଶୁଟି ମା କୋଳକୁ ଫେରି ଆସିବା ଯୋଗୁଁ ପରିବାର ବେଶ ଆନନ୍ଦ ପ୍ରକାଶ ପାଇଥିବା ସହ ପୋଲିସକୁ ଧନ୍ୟବାଦ ଅର୍ପଣ କରିଥାନ୍ତି।

Advertisement