କୋଦଳା,୨୮ା୩ (ସୂର୍ଯ୍ୟନାରାୟଣ ବଡୁ) : କରୋନା ଭୁତାଣୁ ଜନୀତ କଟକଣାକୁ ଦୃଷ୍ଟିରେ ରଖୀ ରାଜ୍ୟ ସରକାର ପି.ଡ଼ି.ଏସ (ଚାଉଳ ଓ ଗହମ) ମାର୍ଚ୍ଚ, ଅପ୍ରେଲ ଓ ମେ ୩ମାସର ବଣ୍ଟନ କରିବା ପାଇଁ ନିଷ୍ପତ୍ତି କରିଛନ୍ତି। ଶୁକ୍ରବାର ଦିନ ବେଗୁନିଆପଡା ବ୍ଲକ ପରିସରରେ ବି ଡି ଓ ବେଦବର ପ୍ରଧାନଙ୍କ ତତ୍ୱ।ବଧାନରେ ବଣ୍ଟନ ବିଷୟରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା।ବଣ୍ଟନ ବେଳେ ଯେପରି ଲୋକ ସମାଗମ ନ ହୁଅନ୍ତି ତାହା ଉପରେ ଦୃଷ୍ଟି ରଖିବା ଉଚିତ ବୋଲି କହିଛନ୍ତି।ଏଣୁ ପ୍ରତି ଗ୍ରାମରେଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଜନ ଗହଳି ନ କରି ଅଳ୍ପ ଅଳ୍ପ ଲୋକଙ୍କୁ ଡାକି ବଣ୍ଟନ କରିବା ପାଇଁ କହିଥିଲେ।ଏଥି ସହିତ ମାର୍ଚ୍ଚ ,ଏପ୍ରିଲ,ମେ ଓ ଜୁନ ୪ମାସର ଭତ୍ତା ମଧ୍ୟ ପ୍ରତି ଗ୍ରାମକୁ ଜାଇ ବଣ୍ଟନ କରିବା ପାଇଁ କହିଥିଲେ।ଏହି ବିଷୟ ରେ ଲୋକମାନଙ୍କୁ ସଚେତନ କରିବା ସହ ସୁଷମ ବଣ୍ଟନ କରି ଲୋକଙ୍କ ଦୂରତା ପ୍ରତି ମଧ୍ୟ ସଚେତନ ରହିବା ଉଚିତ ବୋଲି କହିଛନ୍ତି।ଏଥିରେ ଅଧ୍ୟକ୍ଷ।ପ୍ରତିନିଧି ବିଜୟ କୁମାର ଦୋରା, ଜି ପି ଇଓ ଅଶୋକ କୁମାର ଜେନା, ଯୋଗାଣ ଅଧିକାରୀ ଶରତ ଚନ୍ଦ୍ର ବେହେରା,ଜିଲ୍ଲା ପରିଷଦ ସଭ୍ୟ,ସରପଞ୍ଚ, ସମିତି ସଭ୍ୟ, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନେ ଉପସ୍ଥିତ ଥିଲେ।


















