ନୂଆଦିଲ୍ଲୀ, ୩/୭ (ଡି.ଏଚ.ବି): ନିର୍ବାଚନରେ ବିପୁଳ ବିଜୟ ପରେ କେନ୍ଦ୍ରର ଏନଡିଏ ସରକାର ଚାଷୀମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । ଆଜି କେନ୍ଦ୍ର କ୍ୟାବିନେଟ ଧାନ ସମେତ ସବୁ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି କରିଛନ୍ତି । ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଦେଶର କୋଟି କୋଟି ଚାଷୀ ଉପକୃତ ହେବେ । ସାଧାରଣ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୬୫ ଟଙ୍କା ବୃଦ୍ଧି କରାଯାଇ ୧୮୧୫ ଟଙ୍କା କରାଯାଇଛି । ସେହିପରି ଧାନ (ଗ୍ରେଡ ଏ)ର ଏମଏସପି ମଧ୍ୟ କ୍ୱିଣ୍ଟାଲ ପିଛା ୬୫ ଟଙ୍କା ବୃଦ୍ଧି କରାଯାଇ ୧୮୩୫ ଟଙ୍କା କରାଯାଇଛି । ସେହିପରି ସୋୟାବିନର ଏମଏସପି କ୍ୱିଣ୍ଟାଲ ପିଛା ୩୧୧ ଟଙ୍କା, ସୂର୍ଯ୍ୟମୂଖୀ ଏମଏସପି କ୍ୱିଣ୍ଟାଲ ପିଛା ୨୬୨ଟଙ୍କା ବୃଦ୍ଧି କରାଯାଇଛି । ମୁଗର ଏମଏସପି କ୍ୱିଣ୍ଟାଲ ପିଛା ୭୫ ଟଙ୍କା ବୃଦ୍ଧି କରାଯାଇ ୭୦୫୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ହରଡର ଏମଏସପି କ୍ୱିଣ୍ଟାଲ ପିଛା ୧୨୫ ଟଙ୍କା ବୃଦ୍ଧି କରି ୫୮୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।