Friday, November 20, 2026
ADVERTISEMENT
Home ଆଞ୍ଚଳିକ ଜନତା କର୍ଫ୍ୟୁକୁ ଅଭୁତପୂର୍ବ ସମର୍ଥନ: ରାସ୍ତାଘାଟା ଜନଶୂନ୍ୟ

ଜନତା କର୍ଫ୍ୟୁକୁ ଅଭୁତପୂର୍ବ ସମର୍ଥନ: ରାସ୍ତାଘାଟା ଜନଶୂନ୍ୟ

408
ADVERTISEMENT

କୋଦଳା,୨୩।୩(ସୂର୍ଯ୍ୟନାରାୟଣ ବଡୁ): ଭାରତରେ କରୋନା ମାହାମାରୀ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନତା କର୍ଫ୍ୟୁ ପାଇଁ ଦେଶ ବାସୀଙ୍କୁ ଆହ୍ବାନ ଦେଇଥିଲେ। ଏହ।କୁ ଦେଶ ବାସୀ ପୂର୍ଣ୍ଣ ସମର୍ଥନ କରିବା ସହ ଓଡିଶାର ବିଭିନ୍ନ ଜିଲ୍ଲା ସମେତ ବେଗୁନିଆପଡା ଓ କୋଦଳା ରେ ଜନତା କର୍ଫ୍ୟୁ ଅଭୂତପୂର୍ବ ସମର୍ଥନ ମିଳୁଥିବାର ଦେଖିବାକୁ ମିଳୁଛି।
କୋଦଳା ଓ ଏହାର ଆଖପାଖ ଅଞ୍ଚଳ ରେ କର୍ଫ୍ୟୁ ଲାଗି ସବୁ ଦୋକାନ ବଜ଼ାର ବନ୍ଦ ରହିଛି । ବସ୍ ଷ୍ଟାଣ୍ଡ ଠାରୁ ଆରମ୍ଭ କରି ରାସ୍ତା ଘାଟ ସବୁଠି ଜନଶୂନ୍ୟ । ଦୋକାନ ବଜାର ବନ୍ଦ। ସବୁ ଲୋକ ଘରେ । ତେବେ ଜରୁରୀକାଳୀନ ସେବା ଯୋଗାଉଥିବା ସରକାରୀ ବେସରକାରୀ ସଂସ୍ଥା ଗୁଡିକ କାର୍ଯ୍ୟରତ ଅଛନ୍ତି।କିନ୍ତୁ ସେଠାରେ କୌଣଷି ଲୋକଙ୍କ ଦେଖାନାହିଁ । ଜନତା କର୍ଫ୍ୟୁ ମାଧ୍ୟମର​ରେ କରୋନା ଭଳି ବିଶ୍ୱ ମହାମାରୀ ଭୂତାଣୁ ଲୋକଙ୍କୁ ବଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଏହା ଗୁରୁତ୍ବପୂର୍ଣ୍ଣ ପଦକ୍ଷପ ବୋଲି ଚର୍ଚ୍ଚା ହୋଉଛି।

Advertisement