କୁକୁଡ଼ାଖଣ୍ଡି,୨୧।୩(ଇ.ରଞ୍ଜନ ) : କୁକୁଡାଖଣ୍ଡି ମୁଖ୍ୟରାସ୍ତା କଡରେ ନିର୍ମାଣ ହୋଇଛି ଯାତ୍ରୀ ବିଶ୍ରାମଗାର । ଖରା ଓ ବର୍ଷା ଦାଉରୁ ଜନସାଧାରଣ ରକ୍ଷା ପାଇବେ ଏବଂ ଖୋଲା ଆକାଶ ତଳେ ଠିଆ ହୋଇ ଲୋକେ କ୍ଲାନ୍ତ ହେବେନାହିଁ, ଏହିପରି କିଛି ଉଦେଶ୍ୟ ରଖି ଦୁଇ ଲକ୍ଷ୍ୟ ପଚାଶ ହଜାର ଟଙ୍କା ବ୍ୟୟରେ ଗ୍ରାମ ପଞ୍ଚାୟତ ପାଣ୍ଠିରୁ ନିର୍ମାଣ ସରିଛି ବିଶ୍ରାମଗାର I ନିର୍ମାଣ ପରେ ଉଦଘାଟନ ତ ଦୂରର କଥା କୁକୁଡାଖଣ୍ଡି ସରପଞ୍ଚ ଏ.ଚେନେୟାଙ୍କ କହିବା ମୁତାବକ ଚୂନ ଦେବା କାର୍ଯ୍ୟ ଶେଷ ହୋଇନି କିନ୍ତୁ ଲାଗିଥିବା ଫଳକ ଝଡିଗଲାଣି I ସମାନ ଅବସ୍ଥା ଦେଖିବାକୁ ମିଳିଛି ବାଲିପଡ଼ା ପଞ୍ଚାୟତ କାର୍ଯ୍ୟାଳୟ କଡରେ ଥିବା ଯାତ୍ରୀ ବିଶ୍ରାମ ଗାରର I କୁକୁଡାଖଣ୍ଡିରେ ଉଦଘାଟନ ହୋଇନଥିବା ବେଳେ ବାଲିପଡ଼ାରେ ଉଦଘାଟନ ହୋଇ ହାତଗଣତି କିଛି ମାସ ବିତିସାରିଛି I ଏହିସବୁ ଘଟଣାକୁ ନଜରକୁ ନେଲେ ଠିକାଦାର ଓ କନିଷ୍ଟ ଯନ୍ତ୍ରୀ ମାନଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକା ସ୍ୱଷ୍ଟ ବାରି ହୋଇପଡୁଛି I ଯଦି କାର୍ଯ୍ୟର ଉପର ଭାଗ ଏତେ ସ୍ୱଚ୍ଛ ତାହାଲେ ଭିତରେ କେତେ ପରିମାଣରେ ସ୍ୱଚ୍ଛ କାର୍ଯ୍ୟ ହୋଇଛି ତାହା ଜଳ ଜଳ ଦିଶୁଛି I

















