Wednesday, August 19, 2026
ADVERTISEMENT
Home ଆଞ୍ଚଳିକ ତାରାତାରିଣୀ ପୀଠକୁ ଗଡ଼ିଲା ସ୍ୱତନ୍ତ୍ର ବସ୍‌

ତାରାତାରିଣୀ ପୀଠକୁ ଗଡ଼ିଲା ସ୍ୱତନ୍ତ୍ର ବସ୍‌

339
ADVERTISEMENT


ବ୍ରହ୍ମପୁର, ୩/୭ (ଡି.ଏଚ.ବି) : ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଦେବୀ ପୀଠ ‘ତାରାତାରିଣୀ’ ପୀଠକୁ ମଙ୍ଗଳବାର ସ୍ୱତନ୍ତ୍ର ବସ୍‌ ସେବା ଶୁଭାରମ୍ଭ ହୋଇଛି। ଗଂଜାମ ଜିଲ୍ଲା ପ୍ରଶାସନର ସହାୟତାରେ ପୁରୁଷୋତ୍ତମପୁରସ୍ଥିତ ମା’ କନକ ଦେବୀ ବସ ସଂଗଠନ ପକ୍ଷରୁ ଏହି ବସ ସେବା ପରିଚାଳିତ ହେଉଛି। ଏହି ସ୍ୱତନ୍ତ୍ର ବସ୍‌ ବ୍ରହ୍ମପୁର ଠାରୁ ପ୍ରଦିତିନ ସକାଳ ୭ଟାରୁ ଛାଡିବ। ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବସ୍‌ ଦିନକୁ ମୋଟ ୩ ଥର ତାରାତାରିଣୀ ଅଭିମୁଖେ ଯାତ୍ରା କରିବ।

ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ ପତାକା ଦେଖାଇ ବସ୍‌କୁ ଶୁଭାରମ୍ଭ କରିଥିବା ବେଳେ ମା’ କନକ ଦେବୀ ବସ ସଂଗଠନ ସଦସ୍ୟମାନେ ଉପସ୍ଥିତ ଥିଲେ। ଯାତ୍ରୀମାନଙ୍କୁ ଟିକେଟ ପାଇଁ ୪୦ ଟଙ୍କା ଦେବାକୁ ପଡ଼ି। ଏହି ବସ୍‌ ସେବା ଆରମ୍ଭ ହେବା ଦ୍ୱାରା ଯାତ୍ରୀମାନେ ବ୍ରହ୍ମପୁର ଠାରୁ ତାରାତାରିଣୀ ସୁବିଧାରେ ଯାଇ ପାରିବେ ବୋଲି ଆଶା କରାଯାଉଛି। ଯାତ୍ରୀ ଓ ଶ୍ରଦ୍ଧାଳୁଙ୍କ ପାଇଁ ଏହି ସେବା ସହଜ କରିବ।

Advertisement