ବ୍ରହ୍ମପୁର,୨/୭(ରବୀନ୍ଦ୍ର କୁମାର ମହାରଣା ): ମଙ୍ଗଳବାର ଦିନ ଓଡ଼ିଶାର ମଉଡମଣି , ଜନସେବକ ,ସାରସ୍ୱତ ସାଧକ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୧ ତମ ସତବାର୍ଷିକୀ ପାଳିତ ହୋଇଯାଇଛି ସ୍ଥାନୀୟ ଗିରି ରୋଡ ଛକ ସ୍ଥିତ ଗୋପବନ୍ଧୁ ପ୍ରତିମୁର୍ତିରେ ପୂର୍ବାହ୍ନରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଥିଲା ।ଏହାପରେ ‘ଆଜିର ଓଡିଶା ଦରବାର’ ର ସମ୍ପାଦକ ରବୀନ୍ଦ୍ର କୁମାର ମହାରଣାଙ୍କ ଅବାହକତ୍ୱରେ ବିଜିପୁର ସ୍ତିତ କାର୍ଯ୍ୟାଳୟରେ ଏକ ସ୍ମୁତିଚାରଣ ସଭା ଆୟୋଜିତ ହୋଇଥିଲା । ଏଥିରେ ବରିଷ୍ଠ ସାହିତ୍ୟକ ଡା :ଚନ୍ଦ୍ରମଣି ସ୍ୱାଇଁ ସଭାପତିତ୍ୱ କରିଥିବାବେଳେ ମୁଖ୍ୟବକ୍ତା ଭାବେ ପରାମର୍ଶ ଦାତ୍ରୀ ତଥା ସାହିତ୍ୟିକା ସରିତା ପଣ୍ଡା ଯୋଗ ଦେଇ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ନିସ୍ଵାର୍ଥପର ଜନସେବା ଓ ଦେଶପ୍ରେମ ତାଙ୍କୁ ଅମର କରି ରଖିଛି ବୋଲି ପ୍ରକାଶ କରିଥିଲେ । ସନମନ୍ୱିତ ଅତିଥି ଭାବେ ଶିକ୍ଷାବିତ ଜିତେନ୍ଦ୍ରନାଥ ପଟନାୟକ ଯୋଗଦେଇ ଉତ୍କଳମଣି ଗୋପବନ୍ଧୁ ଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟ ଏକ ମଣିଷ ତିଆରି କାରଖାନା ରୂପେ ପରିଚିତ ହୋଇପାରିଥିଲା ବୋଲି କହିଥିଲେ । ସନମ।ନ୍ଵିତ ବକ୍ତା ଭାବେ କବି ସୁଶାନ୍ତ କୁମାର କର ଯୋଗଦେଇ ଗୋପବନ୍ଧୁଙ୍କ କାବ୍ୟ କବିତାରେ ଜାତୀୟ ବୋଧ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଲେଖିକା ଜ୍ୟୋସ୍ନାରାଣୀ ସ୍ୱାଇଁ, ପ୍ରଶାନ୍ତ କୁମାର ମହାପତ୍ର, ସୁକାନ୍ତ କୁମାର ପଟନାୟକ,ପଦ୍ମିନୀ ମିଶ୍ର , ଶିଳ୍ପୀ ବାସୁଦେବ ମହାରଣା ,ଗୁମରଫ ନିୟୁଜର ସମ୍ପାଦକ ପ୍ରକାଶ ଚନ୍ଦ୍ର ମିଶ୍ର ,ଋଷିକୂଲ୍ୟା ସମ୍ପାଦକ ଡା :ସିଡ଼ରଥ ପାଟଯୋଶୀ, ଜଟଣୀ ଅଞ୍ଚଳର କବି ସୁଧୀର କୁମାର ଦାସ, ବିଜୁ ପଟନାୟକ ବରିଷ୍ଠ ନାଗରିକ ମଞ୍ଚର ସଭାପତି ରାସବିହାର ଦାସ ,ଗୋରହରି ମହାରଣା,ବରିଷ୍ଠ ସାମ୍ବାଦିକ ବାସୁଦେବ ମହାପାତ୍ର ,ଅମର ସାହୁ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ଶେଷରେ ଆଜିର ଓଡିଶା ଦରବାରର ପରିଚାଳନା ସମ୍ପାଦକ ମନୋଜ କୁମାର ମହାରଣା ଧନ୍ୟବାଦ ଅର୍ପଣ କଲେ ।