ତ୍ରିରଙ୍ଗା ଯୁବକ ସଂଘର ବୃକ୍ଷ ରୋପଣ

192
ADVERTISEMENT

ହିଞ୍ଜିଳିକାଟୁ,୨/୭(ଶେଷଦେବ ସାହୁ): ହିଞ୍ଜିଳିକାଟୁ ସହରର ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଯୁବକ ସଂଘ ଓ ତାର ଶାଖା ଡ଼ିସକଭର ହିଞ୍ଜିଳିର ମିଳିତ ସହଯୋଗରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହିଞ୍ଜିଳିକାଟୁ ଜଗନ୍ନାଥ ମନ୍ଦିର,ସହରର ବିଭିନ୍ନ ବନ୍ଧ ହୁଡ଼ା,ନଦୀ ହୁଡ଼ା ଠାରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥି ନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଗୋପୀନାଥ କୂଅଁର, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନୁ୍ୟ ଦାସ, ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡା.ଭାରତୀୟ ଷ୍ଟେଟ ବ୍ୟଙ୍କର ଶାଖା ପରିଚାଳକ, ଆସିକା ସାଂସଦ ପ୍ରତିନିଧି ତଥା ଯୁବ ନେତା ନୀଳମଣୀ ପଟ୍ଟନାୟକ, ଯୁବ ବିଜେଡ଼ି ସମ୍ପାଦକ ପ୍ୟାରୀ ପାଢୀ, କାହ୍ନୁ ପଣ୍ଡା, ପ୍ରେସକ୍ଳବ ସଭାପତି ପ୍ରିୟଦର୍ଶୀ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମରେ ତ୍ରିରଙ୍ଗା ଯୁବକ ସଂଘ ଓ ଡ଼ିସକଭର ହିଞ୍ଜିଳିକାଟୁର ସଭାପତି ରଞ୍ଜନ ସାହୁ, ପ୍ରଭାତ ମହାରଣା, ସିପୁନ ପାଠୀ, ସରୋଜ ପାତ୍ର,ରୁଦ୍ରପ୍ରଧାନ,ଆଶିଷ ପ୍ରଧାନ,ଅନାଦି ପାଣିଗ୍ରାହୀ, ଆକାଶ ବାଡ଼ତ୍ୟା, ଆଶିଷ ମହାନ୍ତି, କିରଣ ପୃଷ୍ଟି, ଚିମନ ସାହୁ, ପ୍ରଭୂଦତ ପାତ୍ର ପ୍ରମୁଖ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗଦାନ କରି ସହାୟତା କରିଥିଲେ ।

Advertisement